Mon. Jan 27th, 2025

ପ୍ରଥମ ଅନ୍ତର୍ଜାତୀୟ ଦଳ ଭାବରେ ମାଉଣ୍ଟ ଏଭରେଷ୍ଟର ନୂତନ ଉଚ୍ଚତାକୁ ଚଢିଲେ ବାହାରିନ ରାଜକୁମାର

By amfnews May 11, 2021
183 Views

ନୁଆଦିଲ୍ଲୀ, ମେ୧୧ ; ରାଜକୁମାର ମହମ୍ମଦ ହେମାଦ ମହମ୍ମଦ ଅଲ ଖଲିଫାଙ୍କ ନେତୃତ୍ୱରେ ୧୬ ସଦସ୍ୟ ବିଶିଷ୍ଟ ବାହାରିନ ରୟାଲ ଗାର୍ଡ ଦଳ ଆଜି ପ୍ରଥମ ଅନ୍ତର୍ଜାତୀୟ ଦଳ ଭାବରେ ମାଉଣ୍ଟ ଏଭରେଷ୍ଟର ନୂତନ ଉଚ୍ଚତାକୁ ଛୁଇଁଛନ୍ତି । 

ବହାରେନ ରୟାଲ ଗାର୍ଡ ଦଳ ଆଜି ସକାଳେ ସଫଳତାର ସହ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚିଛି ବୋଲି ହିମାଳୟ ଟାଇମ୍ସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରାଯାଇଛି । ଆଜି ସକାଳ ୫୪.୩୦ ୬.୪୫ ସମୟ ମଧ୍ୟରେ ଏହି ଦଳ ପର୍ବତ ଶିଖରକୁ ଛୁଇଁ ଥିବା ଅଭିଯାନର ଆୟୋଜନ କରିଥିବା ସେଭେନ୍ ସମ୍ମିଟ୍ ଟ୍ରେକ୍ସର ଚେୟାରମ୍ୟାନ୍ ମିଙ୍ଗମା ଶେର୍ପା କହିଛନ୍ତି । 

ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଦଳ ଯାହାକି ଏଭରେଷ୍ଟର ନୂତନ ଉଚ୍ଚତାକୁ ପରାସ୍ତ କରିଛି ବୋଲି ପର‌୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ ମୀରା ଆଚାର‌୍ୟ୍ୟ କହିଛନ୍ତି । ଗତ ବର୍ଷ ଡିସେମ୍ବରରେ ନେପାଳ ଏବଂ ଚୀନ୍ ମିଳିତ ଭାବରେ ଘୋଷଣା କରିଥିଲେ ଯେ ବିଶ୍ୱର ସର୍ବୋଚ୍ଚ ଶିଖରର ସଂଶୋଧିତ ଉଚ୍ଚତା ୮,୮୪୮,୮୬ ମିଟର, ଯାହା ୧୯୫୪ ମସିହାରେ ଭାରତ ଦ୍ୱାରା କରାଯାଇଥିବା ପୂର୍ବ ମାପ ତୁଳନାରେ ପ୍ରାୟ ୮୬ ସେଣ୍ଟିମିଟର ଅଧିକ । 

ମାର୍ଚ୍ଚ ୧୫ ରେ ବହାରେନ ଦଳ କାଠମାଣ୍ଡୁରେ ପହଞ୍ଚି ଏହାର ଏଭରେଷ୍ଟ ଅଭିଯାନ ଆରମ୍ଭ କରିଥିଲେ । 

୨୦୧୩ ରେ ଅମ୍ଳଜାନର ବିନା ସହାୟତା ଏଭରେଷ୍ଟ ଆରୋହଣ କରିଥିବା ସର୍ବକନିଷ୍ଠ ଆରୋହଣକାରୀ ତାସି ଲକ୍ଷ୍ମୀ ଶେର୍ପା କହିଛନ୍ତି ଯେ ଦଳର ସଦସ୍ୟମାନେ ବର୍ତ୍ତମାନ ଉପରୁ ତଳକୁ ଓହ୍ଲାଉଛନ୍ତି ।

By amfnews

Related Post