Fri. Jan 17th, 2025

ପ୍ରତ୍ୟେକଙ୍କ ଘରେ ପାଇଖାନା କେବଳ କଥାରେ ହେଲେ କାର୍ଯ୍ୟରେ ନାହିଁ 

By amfnews Sep 21, 2018 #Featured
207 Views

ଯାଜପୁର, ତା ୨୦ା୯ : ପ୍ରତ୍ୟେକଙ୍କ ଘରେ ପାଇଖାନା ଏକ ସମ୍ମାନ, ସଭ୍ୟତା ଓ ସ୍ୱାଭିମାନର ପ୍ରତୀକ । ଆମ ଜିଲ୍ଳ୍ାରେ ବର୍ତ୍ତମାନ ସୁଦ୍ଧା ଆହୁରି ୪୩ ଶତାଂଶ ପାଇଖାନା ନିର୍ମାଣର ଆବଶ୍ୟକତା ରହିଚ୍ଥି । ତେଣୁ ପାଇଖାନା ପାଇଁ ଆଊ ଏକ ବିପ୍ଳବର ଆବଶ୍ୟକତା ରହିଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ହେଲେ ବାସ୍ତବରେ ଯାଜପୁର ଜିଲ୍ଲାରେ ଏହା କେବଳ କଥାରେ ଚାଲିଛି । କିନ୍ତୁ କାର୍ଯ୍ୟରେ ଫଳ ଶୂନ । ପାଇଖାନା ନିର୍ମାଣରେ ଏହି ଜିଲ୍ଲାରେ ଚାଲିଥିବା ଦୁର୍ନିତି ନେଇ ଠିକଣା ପଦକ୍ଷେପ ଅଭାବରୁ ଏହି ଯୋଜନା ବାଟବଣା ହୋଇଛି । ଏଥିନେଇ ବିଭିନ୍ନ ସ୍ତରରେ ହୋଇଥିବା ଅଭିଯୋଗ ନେଇ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଏପରିକି ଧର୍ମଶାଳା ବ୍ଲକରେ ନିର୍ମଳ ଗ୍ରାମ ପୁରସ୍କାର ପାଇଥିବା ପଂଚାୟତ ନେଇ ଲେଖା ଯୋଖା ପ୍ରମାଣ ଥାଇ ଅଭିଯୋଗ ପରେ ବି ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏଠାରେ ପାଇଖାନା ନଥାଇ ମୋଟା ଅଙ୍କର ଅର୍ଥ ନେଇ କାଗଜ ପତ୍ରରେ ପାଇଖାନା ହୋଇଥିବାର ଦର୍ଶାଇ ବିଲ ଦିଆଯାଉ ଥିବା ବେଳେ ବାସ୍ତବରେ ପାଇଖାନା ନିର୍ମାଣ କରି ବି ହିତାଧିକାରୀ ଲାଂଚ ଦେଇ ପାରୁ ନଥିବାରୁ ସେମାନଙ୍କୁ ବିଲ ମିଳୁନାହିଁ । ଜିଲ୍ଲାର ବରିଷ୍ଠ ପ୍ରଶାସକଙ୍କ ନିଷ୍ଠାପରତାର ଅଭାବ ଏବଂ କ୍ଷେତ୍ର ପରିଦର୍ଶନ କରୁ ନଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନେ ଲଗାମଛଡା ହୋଇ ଦୁର୍ନିତି କରୁଛନ୍ତି ।

ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃୃତି ଭବନ ପରିସରରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଳ୍ା ସ୍ତରୀୟ ସ୍ୱଚ୍ଚ୍ଥତା ପକ୍ଷ ପାଳନର ଊଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ାପାଳ ଶ୍ରୀ ଦାସ ବାହାରେ ପାଇଖାନା ଇତ୍ୟାଦି ଯିବା ଏକ ସାମାଜିକ ଲଜ୍ୟା । ବିଶେଷ କରି ମହିଳା ଓ ଶିଶୁ ମାନେ ସବୁଠାରୁ ଅଧିକ ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ସରକାର ଯେହେତୁ ପ୍ରତ୍ୟେକଙ୍କ ଘରେ ପାଇଖାନା କରିବାକୁ ସହାୟତା ଦେଊଚ୍ଥନ୍ତି । ତେଣୁ ପ୍ରତ୍ୟେକ ବର୍ତ୍ତମାନ ଏହି ସୁବିଧା ହାସଲ କରି ନିଜ ଘରେ ପାଇଖାନାଟିଏ କରି ସ୍ୱଚ୍ଚ୍ଥତା ପ୍ରତି ଊତ୍ତରଦାୟୀ ହେବାକୁ ଆହ୍ୱାନ ଦେଇଥିଲେ । ଲକ୍ଷ୍ମୀ ପୁରାଣରେ ଶ୍ରୀୟା ଚଣ୍ଡାଳୁଣୀର ସ୍ୱଚ୍ଚ୍ଥତା ପାଇଁ ଧନର ଦେବୀ ଲକ୍ଷ୍ମୀ ତା ଘରକୁ ଯିବାର ବର୍ଣ୍ଣନା ଅଚ୍ଥି ।

ତେଣୁ ପରିଷ୍କାର ପରିଚ୍ଚ୍ଥନ୍ନତା କେବଳ ସୁଦ୍ଧତା ଦିଏନା ବରଂ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଥାଏ । ଯେଊଁ ପର୍ଯ୍ୟଟନ ସ୍ଥଳ ଗୁଡିକ ପରିଷ୍କାର ଓ ସବୁଜିମା ଭରା ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ । ତେଣୁ ସ୍ୱଚ୍ଚ୍ଥତା ନିଜ ପରିବାରରୁ ଆରମ୍ଭ କରିବାକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ଅନୁରୋଧ କରିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବ୍ଳ୍କ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ଯୋଗଦେଇ ସ୍ୱଚ୍ଚ୍ଥତା କେବଳ ସରକାର, ପ୍ରଶାସନ ଚାହିଁଲେ ହେବନି ବରଂ ପ୍ରତ୍ୟେକ ନିଜ ସ୍ତରରେ ସ୍ୱଚ୍ଚ୍ଥତା ପ୍ରତି ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ବିଗତ ଦିନ ମାନଙ୍କ ଅପେକ୍ଷା ବର୍ତ୍ତମାନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ବା ଘର ମାନଙ୍କରେ ଅଧିକ ସ୍ୱ୍ଚ୍ଚ୍ଥତା ପରିଲକ୍ଷିତ ହେଊଚ୍ଥି । କିନ୍ତୁ ଏହାକୁ ଆହୁରି ବ୍ୟାପକ କରି ସଂକଳ୍ପର ସହ କାର୍ଯ୍ୟ କରିବାକୁ ସେମାନେ ଅନୁରୋଧ କରିଥିଲେ । ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ଅତିଥି ପରିଚୟ, ଜିଲ୍ଳ୍ା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରପୁଂଲ ଦେବତା ଧନ୍ୟବାଦ ଅର୍ପଣ ଓ ଜିଲ୍ଳ୍ା ସ୍କୁଲ ଶିକ୍ଷକ ନିରଂଜନ ସାମଲ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ପୂର୍ବତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବନମାଳୀ ମହନ୍ତଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗୁରୁ ଶରତ କୁମାର ସାହୁ ଓ ଜିଲ୍ଳ୍ା ସ୍କୁଲର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।

By amfnews

Related Post