Sat. Jan 11th, 2025

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଯବାନଙ୍କ ସହ ପାଳନ କରିବେ ଦଶହରା, ଚୀନକୁ ଦେବେ ବାର୍ତ୍ତା

By amfnews Oct 25, 2020 #Featured
133 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଅସ୍ତ୍ର ପୂଜା କରିବେ । ନିଜର ଏହି ୨ ଦିନିଆ ଗସ୍ତ କାଳରେ ସେ ପ୍ରଥମ ଦିନ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟି ସେମାନଙ୍କର କାର୍ଯ୍ୟକ୍ରମ ଦେଖିଥିଲେ । ସେ ଫରୱାର୍ଡ ଅଂଚଳରେ ସେନାର ପ୍ରସ୍ତୁତି କିପରି ଅଛି ଏହାର ସମୀକ୍ଷା ମଧ୍ୟ କରିଛନ୍ତି । 

ସୂଚନାଯୋଗ୍ୟ, ବର୍ଷ ୨୦୧୯ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟାଦଶମୀ ଅବସରରେ ଫ୍ରାନ୍ସରେ ଶସ୍ତ୍ର ପୂଜା କରିଥିଲେ । କିନ୍ତୁ ଏଥର ସେ ସିକ୍କିମରେ ଦେଶର ଯବାନଙ୍କ ସହିତ ଏଲଏସିରେ ଶସ୍ତ୍ର ପୂଜା କରିବେ । ପୂର୍ବ ଲଦ୍ଦାଖରେ ସୀମାରେ ଚୀନ ସହିତ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ଏଲଏସି ମୁତୟନ ଯବାନଙ୍କ ମନୋବଳ ବଢ଼ାଇବା ଲାଗି ସେ ସିକ୍କିମରେ ଭାରତୀୟ ସେନା ସହ ଦଶହରା ପାଳନ କରିବେ । 

ରାଜନାଥ ସିଂହ ଶନିବାର ଦାର୍ଜିଲିଂର ସୁକନାସ୍ଥିତ ୩୩ତମ କର୍ପ୍ସ ମୁଖ୍ୟାଳୟରେ ଭାରତୀୟ ସେନାର ଯବାନଙ୍କୁ ଭେଟି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ ଯବାନଙ୍କୁ ସଂମ୍ବୋଧିତ କରି କହିଥିଲେ ଯେ, ପ୍ରତ୍ୟେକ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ନିଜର ଗସ୍ତ କାଳରେ ସୀମା ସଡ଼କ ସଂଗଠନ ତରଫରୁ ନିର୍ମିତ ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିବେ । 

By amfnews

Related Post