Sat. Mar 7th, 2026

ପ୍ରତିଦିନ ୩୦ ମିନିଟ୍‌ ଚାଲିଲେ ରୋଗରେ ମରିବାର ଆଶଙ୍କା କମ୍‌ ହୋଇଥାଏ

177 Views

ଏକ ନୂଆ ଗବେଷଣାରୁ ଜଣାଯାଇଛି ଯେ ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଚାଲିଲେ ଆପଣଙ୍କ ଶରୀରରେ ଥିବା ବିଭିନ୍ନ ରୋଗର ଆଶଙ୍କା ୨୦ ପ୍ରତିଶତ କମିଯିବ। ତା’ଛଡା ଦେହ ମଧ୍ୟ ଭଲ ରହିବ। ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ ପ୍ରିଭେଣ୍ଟିନ୍‌ ମେଡିସିନ୍‌ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ ଯେଉଁମାନେ ଦିନ ଭିତରେ ଅତିକମ୍‌ରେ ୩୦ ମିନିଟ୍‌ ଯାଏଁ ଚାଲିଥାନ୍ତି ,ସେମାନଙ୍କ ରୋଗରେ ମୃତ୍ୟୁବରଣ କରିବାର ଆଶଙ୍କା ୨୦ ପ୍ରତିଶତ ହ୍ରାସ ପାଇଥାଏ। ଏମାନେ ଅଧିକ କ୍ରିୟାଶୀଳ ମଧ୍ୟ ରହିଥାନ୍ତି।

ଗବେଷକ ଦର୍ଶାଇଛନ୍ତି ପାଦରେ ଚାଲିବା ସବୁଠାରୁ ପରଫେକ୍ଟ ବ୍ୟାୟାମ। କାରଣ ଏହା ଏକ ସାଧାରଣ କ୍ରିୟା, ଯାହା ସଂପୂର୍ଣ୍ଣରୂପେ ସରଳ। ଏଥିପାଇଁ କୌଣସି ଉପକରଣର ମଧ୍ୟ ଆବଶ୍ୟକତା ନାହିଁ। ଏହା ପ୍ରତ୍ୟେକ ବୟସର ଲୋକଙ୍କ ପାଇ ବି ଉଦ୍ଦିଷ୍ଟ।ଆପଣ ଯଦି ନିରାମୟ ଓ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି,ତେବେ ଆପଣଙ୍କୁ ଅଧିକ ସକ୍ରିୟ ହେବାକୁ ପଡ଼ିବ। ଆପଣ ଯଦି ଅଳସୁଆ ଓ ନିଷ୍କ୍ରିୟ ହୋଇ ରହିବେ,ତେବେ ସୁସ୍ଥ ରହିବେ ନାହିଁ।

By amfnews

Related Post