Fri. Mar 6th, 2026

ପ୍ରଚାର ସମୟରେ ବିଜେପି ପରିିବର୍ତ୍ତେ କଂଗ୍ରେସକୁ ଭୋଟ ଦେବାକୁ କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

371 Views

ନୂଆଦିଲ୍ଲୀ: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ଉପନିର୍ବାଚନ ହେବାକୁ ଯାଉଛି। ଏ ନେଇ ସବୁ ଦଳର ନେତା ଭୋଟ ହାତେଇବା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏ ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରିଥିବା ଭୁଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ନିଜ ଦଳ ପରିବର୍ତ୍ତେ କଂଗ୍ରେସକୁ ଭୋଟ ଦେବାକୁ କହି ଏବେ ଟ୍ରୋଲ ହୋଇଛନ୍ତି ଜ୍ୟୋତିରାଦିତ୍ୟ। ବିଜେପିର ଇମରତୀ ଦେବୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଭୁଲବଶତଃ ସେ କଂଗ୍ରେସର ଦଳୀୟ ଚିହ୍ନ ହାତରେ ‌ଭୋଟ ଦେବାକୁ କହିଦେଇଥିଲେ। କିନ୍ତୁ ପରେ ସେ ନିଜ ଭୁଲକୁ ସୁଧାରି ଲୋକଙ୍କୁ ପଦ୍ମ ଚିହ୍ନରେ ‌ଭୋଟ ଦେବାକୁ କହିଥିଲେ। ସେ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ କଂଗ୍ରେସ ପକ୍ଷରୁ ପ୍ରଚାର ସମୟର ଭିଡିଓ ଟୁଇଟ କରାଯାଇ ଜ୍ୟୋତିରାଦିତ୍ୟଙ୍କୁ ଟ୍ରୋଲ କରାଯାଇଛି। ଟୁଇଟ କରାଯାଇଥିବା ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ସିନ୍ଧିଆଜୀ ୩ତାରିଖ‌ରେ ମଧ୍ୟପ୍ରଦେଶର ଜନତା ହାତ ଚିହ୍ନରେ ହିଁ ଭୋଟ ଦେବେ।

By amfnews

Related Post