ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଥିବାବେଳେ ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।
ରେଭେନ୍ସା ଜୁନିଅର କଲେଜରେ ପ୍ରଥମ ସ୍ଥାନରେ ଅର୍ଥାତ କଳାରେ କଟ୍ ଅଫ୍ ମାର୍କ ୭୨.୫% ରହିଛି। ୭୧.୮୩% ମାର୍କ ସହିତ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ରହିଛି। ୩ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ୬୭.୮୩% ରହିଛି।
ରେଭେନ୍ସାରେ ବିଜ୍ଞାନରେ ସର୍ବାଧିକ କଟ୍ ଅଫ୍ ମାର୍କ ୮୯% ରହିଛି। ବିଜ୍ଞାନରେ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ୮୮.୬% ଓ ୮୬.୬୭% ସହ ୩ୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ରହିଛି।
ବାଣିଜ୍ୟରେ କଟ୍ ଅଫ୍ ମାର୍କ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ୭୫.୫% ସହ ୨ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ଓ ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।
ସୂଚନାଯୋଗ୍ୟ, ଆସନ୍ତା ୨୧ରୁ ୨୬ ତାରିଖ ମଧ୍ୟରେ ବିଭିନ୍ନ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ।