Wed. Apr 16th, 2025

ପ୍ରକାଶ ପାଇଲା ଭାରତର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ନାମ ତାଲିକା

By amfnews Sep 28, 2018 #Featured
133 Views

ଲଗାତାର ୭ ବର୍ଷ ଧରି ପ୍ରଥମରେ ରହି ଆସିଛନ୍ତି ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ

ଗତ ଗୁରୁବାର ଦିନ ବାର୍‌କ୍ଲେଜ୍‌ ଓ ହୁରୁନ୍‌ ଇଣ୍ଡିଆରେ ପ୍ରକାଶିତ ହୋଇଛି ଭାରତର ଧନୀ ଲୋକଙ୍କ ତାଲିକା। ଆର୍‌ଆଇଏଲ୍‌ ଚେୟାର୍‌ମ୍ୟାନ୍‌ ମୁକେଶ ଅମ୍ବାନୀ ଲଗାତାର ୭ ବର୍ଷ ଧରି ପ୍ରଥମରେ ରହି ଆସୁଥିବା ବେଳେ ଏ ବର୍ଷ ଅର୍ଥାତ୍‌ ୨୦୧୮ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ସମୁଦାୟ ଅର୍ଥରାଶି ରହିଛି ୩ ଲକ୍ଷ ୭୧ ହଜାର କୋଟି ଟଙ୍କା। ଏ ବର୍ଷ ପ୍ରକାଶିତ ହୋଇଥିବା ତାଲିକା ଅନୁଯାୟୀ ଭାରତରେ ବର୍ତ୍ତମାନ ୮୩୧ ଲୋକଙ୍କ ପାଖରେ ରହିଛି ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥରାଶି।

୩ ଲକ୍ଷ ୭୧ ହଜାର କୋଟି
ମୁକେଶ ଅମ୍ବାନୀ, ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌

 

୧ ଲକ୍ଷ ୫୯ ହଜାର କୋଟି
ଏସ୍‌ପି ହିନ୍ଦୁଜା, ହିନ୍ଦୁଜା ଗ୍ରୁପ

 

୧ ଲକ୍ଷ ୧୪ ହଜାର ୫ ଶହ କୋଟି
ଲକ୍ଷ୍ମୀ ମିତ୍ତଲ, ଆର୍‌ସେଲୋର୍‌ ମିତ୍ତଲ

 

୯୬ ହଜରା ୧ ଶହ କୋଟି
ଅଜିମ୍‌ ପ୍ରେମ୍‌ଜୀ, ଓ୍ଵିପ୍ରୋ

 

୮୯ ହଜାର ୭୦୦ କୋଟି
ଦିଲୀପ ସାଂଘବି, ସନ୍‌ ଫାର୍ମାସିଟିକାଲ୍‌ସ

 

୭୮ ହଜାର ୬୦୦ କୋଟି
ଉଦୟ କୋଟାକ, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍‌

 

୭୩ ହଜାର କୋଟି
ସାଇରସ୍‌ ଏସ୍‌ ପୁନାଓ୍ଵାଲା, ପୁନାଓ୍ଵାଲା ଗ୍ରୁପ୍‌

 

୭୧ ହଜାର ୨ ଶହ କୋଟି
ଗୌତମ ଅଦାନୀ, ଅଦାନୀ ଗ୍ରୁପ୍‌

 

୬୯ ହଜାର ୪ ଶହ କୋଟି
ସାଇରସ୍‌ ପାଲୋଞ୍ଜି ମିସ୍ତ୍ରୀ, ଟାଟା ଗ୍ରୁପ୍‌ (ପୂର୍ବତନ ଚେୟାରମ୍ୟାନ୍‌)

 

୬୯ ହଜାର ୪ ଶହ କୋଟି
ସପୁର ପାଲୋଞ୍ଜି ମିସ୍ତ୍ରୀ, ସାପୋର୍‌ଜି ପାଲୋଞ୍ଜି ଗ୍ରୁପ୍‌

By amfnews

Related Post