Sat. Mar 7th, 2026

ପୋଲ ତଳକୁ ଖସିଲା ବାଇକ୍‌; ୨ ମୃତ

186 Views

ରେଢ଼ାଖୋଲ  :   ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ଉପରୁ ଖସି ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅକ୍ଷୟ ନାୟକ ଓ  ବୈରାଗୀ ଖଣ୍ଡାୟତ। ସେମାନଙ୍କ ଘର ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘବର ପଞ୍ଚାୟତ ଫୁଲଚରା ଗାଁରେ।

ସୂଚନା ଅନୁସାରେ, ଗତକାଲି ଅକ୍ଷୟ ଓ ବୈରାଗୀ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ଗୋଟିଏ ବାଇକ୍‌ରେ ଝରାପ ଗାଁକୁ ଯାଉଥିଲେ। ହେଲେ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଲଇଣ୍ଡାମାଲ ପୋଲ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ତେବେ ସେମାନେ ନିର୍ବନ୍ଧ କାର୍ଯ୍ୟରେ ନପହଞ୍ଚିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ  କିଛି ପତ୍ତା ନ ପାଇବାରୁ ପୁଲିସ୍‌ର ସହାୟତା ନେଇଥିଲେ।  ଗତକାଲି ବିଳମ୍ୱିତ ରାତିରେ ରେଢାଖୋଲ ପୁଲିସ୍‌ ପୋଲ ତଳୁ ବାଇକ୍‌ ସହ ସେମାନଙ୍କ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post