Tue. Jun 17th, 2025

ପୋଲିସ ନାକ ତଳେ ଚୋରି: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଲୁଟ୍

By amfnews Apr 2, 2019 #Featured
242 Views

ପୁରୀ, ଅପ୍ରେଲ ୦୨ : ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ମଧ୍ୟ ପୋଲିସ ଲୁଟେରା ଧୂଳି ଦେଇ ଲୁଟ୍ କରିଛନ୍ତି ମନ୍ଦିର ଦକ୍ଷିଣ ଦ୍ୱାରରେ ରାମ ମନ୍ଦିରର ଦାନ ବାକ୍ସରୁ ଚୋରି ହୋଇଛି ସିଂହଦ୍ୱାର ଥାନା ପୋଲିସ ଘଟଣାର ତନାଘନା କରୁଛି

ଗତକାଲି ବିଳମ୍ବିତ ରାତିରେ ଦ୍ୱାର ନିକଟରେ ରାମ ମନ୍ଦିରରେ ଲୁଟ୍ ହୋଇଛି ଦାନ ବାକ୍ସରୁ ଲୁଟ୍ ହୋଇଥିବାବେଳେ ସେଠାରେ ଥିବା ଲୁଟେରା ଛାଡ଼ି ନାହାଁନ୍ତି ପ୍ରଥମେ ଡକାୟତମାନେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତୀକୁ ନେବାକୁ ଚେଷ୍ଟା କରିଥିଲେ ଏଥିରେ ବିଫଳ ହେବା ସମ୍ମୁଖ ଭାଗରେ କୃଷ୍ଣ ମୂର୍ତ୍ତୀକୁ ଚୋରି କରିଥିଲେ ଏହା ସହିତ ଦାନବାକ୍ସରୁ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି 

ଦାନ ବାକ୍ସରୁ କେତେ ଚୋରୀ ହୋଇଛି ତାହା ଜଣାପଡ଼ି ନାହିଁ ତେବେ ସିଂହଦ୍ୱାର ଥାନା ଘଟଣାର ତନାଘନା ଆରମ୍ଭ କରିଛି ସିସିଟିଭି ଫୁଟେଜ୍କୁ ମଧ୍ୟ ପୋଲିସ ଯାଞ୍ଚ କରୁଛି 

By amfnews

Related Post