Tue. Dec 24th, 2024

ପୋଲିସ୍ ପେଟ୍ରୋଲିଂ ଦଳ ଉପରେ ଆକ୍ରମଣ, ୪ ଯବାନ ସହିଦ୍

By amfnews Aug 29, 2018 #Featured
169 Views

ଶ୍ରୀନଗର, ଅଗଷ୍ଟ ୨୯ :

ଜମ୍ମୁ-କାଶ୍ମୀରର ଶୋପିଆନର ଆହରମା ଗ୍ରାମରେ ଆଜି ଏକ ପୋଲିସ୍ ପେଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଦେଇଛନ୍ତି । ଏହି ଆକ୍ରମଣରେ ୪ଜଣ ପୋଲିସ୍ ଅଧିକାରୀ ସହିଦ ହୋଇଥିବା ସୂଚନା ମିଳିଛି । ଏହି ଅଧିକାରୀମାନେ ଡିଏସପି ହେଡକ୍ୱାର୍ଟରର ଏକ ଏସ୍କର୍ଟ୍ ଦଳରେ ସାମିଲ ଥିଲେ । ଗଣମାଧ୍ୟମରୁ ମିଳିଥିବା ତଥ୍ୟାନୁସାରେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କଠାରୁ ୩ଟି ଏକେ-୪୭ ରାଇଫଲ୍ ଛଡାଇ ଫେରାର ହୋଇଯାଇଛନ୍ତି । ବର୍ତମାନ ଏହି ଗ୍ରାମକୁ ସିଲ୍ କରାଯାଇ ସର୍ଚ୍ଚ ଆପରେସନ୍ ଆରମ୍ଭ ହୋଇଛି ।

ଜମ୍ମୁ-କାଶ୍ମୀର ପୋଲିସ୍ ଏହି ଆକ୍ରମଣର ସୂଚନା ଦେବା ସହ ଆତଙ୍କୀମାନେ ପେଟ୍ରୋଲିଂ ଗାଡି ଉପରେ ଗୁଳିମାଡ କରିଥିବା କହିଛି । ଫଳରେ ୪ଜଣ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଏହା ସହ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଜୈଶ-ଏ-ଅହମ୍ମଦ ।

ସୂଚନାଯୋଗ୍ୟ କି, ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାରେ ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନମୟ ଘଟି ଦୁଇ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ |

By amfnews

Related Post