Sat. Mar 7th, 2026

ପୋଲାଭରମ ପ୍ରକଳ୍ପ ଶୁଣାଣି ଆଜି

204 Views

ନୂଆଦିଲ୍ଲୀ , ନଭେମ୍ବର ୨୯: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ପୋଲାଭରମ ପ୍ରକଳ୍ପ‌ର କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖିବା ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ କରିବେ। ଏନେଇ ସମସ୍ତ ପକ୍ଷ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ଆସନ୍ତାକାଲି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବେ ସୁପ୍ରିମକୋର୍ଟ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସନ୍ତାକାଲି ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଯେଉଁ ପତ୍ର ଲେଖାଯାଇଛି ତାହା ଉଲ୍ଲେଖ କରାଯିବା ସହ ନଥିପତ୍ର ମଧ୍ୟ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

By amfnews

Related Post