Mon. Jun 9th, 2025

ପୃଥିବୀକୁ ରକ୍ଷା କରିବା ପାଇଁ କମ୍‌ ମାଂସ ଖାଆନ୍ତୁ, କମ୍‌ ଖାଦ୍ୟ ନଷ୍ଟ କରନ୍ତୁ: ଜାତିସଂଘ

By amfnews Aug 9, 2019 #Featured
222 Views

ନୂଆଦିଲ୍ଲୀ  : ଜାତିସଂଘ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ କମ୍‌ ମାଂସ ଖାଇବା ଏବଂ କମ୍‌ ଖାଦ୍ୟ ନଷ୍ଟ କରିବା ଦ୍ୱାରା ବିଶ୍ୱର କାର୍ବନ୍‌ ନିର୍ଗମନ ହ୍ରାସ ପାଇବ। ଫଳରେ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଭଲ ରହିବ।

ଗୁରୁବାର ଦିନ ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଇଣ୍ଟର୍‌ଗଭର୍ଣ୍ଣମେଣ୍ଟାଲ୍‌ ପାନେଲ୍‌ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀର ୭୦% ବରଫମୁକ୍ତ ଭୂମିକୁ ମଣିଷମାନେ ପ୍ରଭାବିତ କରୁଛନ୍ତି। ଖାଦ୍ୟ ପରିବର୍ତ୍ତନ ଦ୍ୱାରା ବିଶ୍ୱ ତାପାୟନ ହ୍ରାସ କରାଇବା ଉଦ୍ୟମକୁ ୨୦% ସହଯୋଗ ମିଳିପାରିବ। ଯାହା ଫଳରେ ପ୍ରାକ୍‌-ଶିଳ୍ପ ସ୍ତରରେ ଉତ୍ତାପ ବୃଦ୍ଧି ୨ ଡିଗ୍ରି ସେଲିସିୟସ୍‌ ରୋକା ଯାଇପାରିବ।

ରିପୋର୍ଟରେ ଉଲ୍ଲେଖ ଅଛି: ଉଦ୍ଭିଦଜ ଖାଦ୍ୟ ଏବଂ ପ୍ରାଣୀଜ ଖାଦ୍ୟର ସନ୍ତୁଳିତ ଆହାର କଠିନ, ଦୀର୍ଘସ୍ଥାୟୀ ଏବଂ ସ୍ୱଳ୍ପ ପରିମାଣର କାର୍ବନ୍‌ ଗ୍ୟାସ୍‌ ନିର୍ଗମନ କରାଏ। ଏହା ମାନବ ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ। ବିଶ୍ୱ ତାପାୟନ ପାଇଁ ଖାଦ୍ୟ ନଷ୍ଟ ଏବଂ ମାଂସାହାର ବଡ଼ ଭୂମିକା ରହିଛି। ଖାଦ୍ୟ ନଷ୍ଟ ୮% ରୁ ୧୦% ଏବଂ ଗୃହପାଳିତ ଜନ୍ତୁ ୧୪. ୫% କାର୍ବନ୍‌ ଗ୍ୟାସ୍‌ ନିର୍ଗତ କରାନ୍ତି। ମାଂସ ପାଇଁ ପଶୁପାଳନ ଏବଂ ଉଦ୍ଭିଦରେ ସାର ପ୍ରୟୋଗ ଯୋଗୁଁ ସବୁଜଗୃହ ବାଷ୍ପ ନିର୍ଗତ ପ୍ରବଳ ହେଉଛି।

By amfnews

Related Post