152 Views
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡତିଆ ଏବଂ ସମାରୁ ପଧାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଠେଙ୍ଗା ବାଡ଼ିରେ ଵାଡ଼ାବାଡ଼ି ହୋଇ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ମୁକ୍ତେଶ୍ୱର ଗଡତିଆ ଓ ସଦାଶିବ ପଧାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଗୋଷ୍ଠିର ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିପୁର ପଧାନ ନାମ୍ନୀ ମହିଳା ଅଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ପୁଇଁନ୍ତଲା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।