118 Views
ଭୁବନେଶ୍ୱର, ଜାନୁଆରୀ 18 : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ ଜିଲ୍ଲାରେ ବିଭତ୍ସ ହତ୍ୟାକାଣ୍ଡ । ରାଉରକେଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ପଟାମୁଣ୍ଡ ଗ୍ରାମରେ ଚାଷ ଜମିକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ।
ପଟାମୁଣ୍ଡ ଗ୍ରାମର କାଳିଆ ଦେହୁରୀ ଚାଷ ଜମିକୁ ଯାଇଥିବା ବେଳେ ସେହି ଗ୍ରାମର ଟାଂଗୁରୁ ଗିରି ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚିଥିଲେ । କାଳିଆ ଦେହୁରୀକୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କରିଥିଲା ଟାଂଗୁରୁ । ଏହା ପରେ ବି ରାଗ ଶାନ୍ତ ନହେବାରୁ ପୁଣି କାଳିଆ ଦେହୁରୀର ଘରକୁ ପୋଡି ଜାଳି ଦେଇଥିଲା ଟାଂଗୁରୁ । ମୃତକଙ୍କ ବୟସ ୫୫ । ଏନେଇ ଆଜି ସକାଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟାଂଗୁରୁ ଗିରିକୁ ଥାନାରେ ଅଟକ ରଖି ପଚନାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।