Sat. Mar 7th, 2026

ପୂର୍ବତନ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିବା ଓ ଧମକ ଦେଉଥିବା ଅଭିଯୋଗରେ ବ୍ୟାଙ୍କ କର୍ମଚାରୀକୁ ଗିରଫ କଲା ପୁଲିସ

197 Views

ମୁମ୍ବାଇ: ମୁମ୍ବାଇ ପୁଲିସ ଗତ ଶୁକ୍ରବାର ଜଣେ ୩୮ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ତାଙ୍କ ପୂର୍ବତନ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଓ ପରେ ଏନେଇ ଧମକ ଦେଉଥିବା ଅପରାଧରେ ଗିରଫ କରିଛି। ପୀଡିତା ଉକ୍ତ ଯୁବକ ନାମରେ ମେରାଇନ୍‌ ଡ୍ରାଇଭ୍‌ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ଦେବା ପରେ ପୁଲିସ ଉକ୍ତ ବ୍ୟାଙ୍କ୍‌ କର୍ମଚାରୀକୁ ଗିରଫ କରିଥିଲା। ଗିରଫ ବ୍ୟାଙ୍କ କର୍ମଚାରୀଙ୍କ ନାମ ବିଲାସ୍‌ କ୍ରିଷ୍ଣା କଦମ୍‌ ବୋଲି ଜଣାପଡ଼ିିଛି। କଦମ୍‌ ଫୋନ୍‌ ଜରିଆରେ ପୀଡିତାଙ୍କୁ ଅଶ୍ଳୀଳ କଥା କହିବା ସହିତ ତାଙ୍କ ନ୍ୟୁଡ ଫଟୋ ପୋଷ୍ଟ କରି ଦେବା ବୋଲି ଧମକ ଦେଉଥିଲା, ପୁଲିସ ଅଭିଯୁକ୍ତ ଫୋନ୍‌କୁ ବି ଜବତ କରି ନେଇଛି।

ପୀଡିତା ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ କି, ଦୁହିଁଙ୍କ ଭେଟ ୨୦୦୮ରେ ବ୍ୟାଙ୍କରେ ଏକାଠି କାମ କରୁଥିବା ସମୟରେ ହୋଇଥିଲା। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ଯୁବକ ଜଣକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ୨୦୧୭ରେ ମହିଳାଙ୍କ ଅନ୍ୟ ଜଣେ ଯୁବକ ସହିତ ବିବାହ ହୋଇଯାଇଥିଲା। ବିବାହର କିଛିଦିନ ପରେ ସେ ପୁଣି ତାଙ୍କ ସହ ସମ୍ପର୍କ ରଖିବାକୁ କହିଥିଲା। କିନ୍ତୁ ମହିଳା ଏନେଇ ରାଜି ହୋଇ ନଥିଲେ। ଏହାପରେ ଉକ୍ତ ବ୍ୟକ୍ତ କର୍ମଚାରୀ ମହିଳାଙ୍କ ସ୍ୱାମୀଙ୍କ ନମ୍ବରରେ ଫୋନ୍‌ ଓ ମେସେଜ ଜରିଆରେ ବ୍ଲାକ୍‌ମେଲ କରିବା ଆରମ୍ଭ କରି ଦେଇଥିଲା। ଏଥିସହିତ ମହିଳାଙ୍କ ନ୍ୟୁଡ ଫଟୋକୁ ବି ସେୟାର କରିବା ନେଇ ଧମକ ଦେଇଥିଲା।

By amfnews

Related Post