Sat. Mar 7th, 2026

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅନୁପସ୍ଥିତିକୁ ଅନୁଭବ କରି ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ମୋଦି

231 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ବଳ ହୋଇ ଟ୍ବିଟ କରିଛନ୍ତି  । ସ୍ବର୍ଗତ ଜେଟଲୀଙ୍କ ସ୍ମୃତିରେ ଲେଖିଛନ୍ତି ଯେ, ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀ ଜୀଙ୍କୁ ହରାଇଥିଲୁ। ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି।

ଆହୁରି ଲେଖିଛନ୍ତି ଯେ ଅରୁଣ ଜୀ ଦେଶ ପାଇଁ ବହୁତ ପରିଶ୍ରମ କରିଥିଲେ। ତାଙ୍କ ବୁଦ୍ଧି, ଜ୍ଞାନ ଓ ଆଇନ ଉପରେ ପାରଦର୍ଶିତା ପାଇଁ ସେ ବିଖ୍ୟାତ ଥିଲେ। ଏହା ସହିତ ସେ ଜଣେ ଭଲ ମଣିଷ ଥିଲେ।

ସେହିଭଳି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ବର୍ଗତ ଜେଟଲୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ସେ ଜଣେ ଭଲ ରାଜନେତା ଥିଲେ। ସେ ଜଣେ ଉତ୍ତମ ବକ୍ତା ଓ ମଣିଷ ମଧ୍ୟ ଥିଲେ। ଭାରତୀୟ ରାଜନୀତିରେ ତାଙ୍କର ସମତୁଲ କେହି ନାହାନ୍ତି। ଦେଶ ପାଇଁ ତାଙ୍କର ନିଷ୍ଠା ଓ ଦୂରଦୃଷ୍ଟି ପାଇଁ ସେ ସର୍ବଦା ମନେ ରହିବେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ନେତାମାନେ ମଧ୍ୟ ସ୍ୱର୍ଗତ ଜେଟଲୀଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ କରିଛନ୍ତି  ।

By amfnews

Related Post