Mon. Nov 25th, 2024

ପୁସ୍ତକ ‘ମିଲ୍କମ୍ୟାନ’ ପାଇଁ ଆନ୍ନା ବୁରନ୍ସ ଜିତିଲେ ୫୦ତମ ମେନ ବୁକର ପୁରସ୍କାର

By amfnews Oct 17, 2018 #Featured
155 Views

ଲଣ୍ଡନ, ଅକ୍ଟୋବର ୧୭ : ନର୍ଥ ଇରସ ଲେଖିକା ଆନ୍ନା ବୁରନ୍ସ ୫୦ତମ ମେନ ବୁକର ପୁରସ୍କାର ଜିତିଛନ୍ତି । ପୁସ୍ତକ ‘ମିଲ୍କମ୍ୟାନ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ବେଲଫାଷ୍ଟରେ ଜନ୍ମଗ୍ରହଣ କରିଥିବା ବୁରନ୍ସ ଇଷ୍ଟ ସସସେକ୍ସରେ ରହୁଛନ୍ତି । ସେ ତାଙ୍କ ମିଲ୍କମ୍ୟାନ ପୁସ୍ତକରେ ଉତ୍ତର ଆୟାରଲାଣ୍ଡରେ ମିଲ୍କମ୍ୟାନଙ୍କ ଜୀବନ କାହାଣୀ ଉପରେ ବର୍ଣ୍ଣନା କରିଛନ୍ତି । ପୂର୍ବରୁ ସେ ଉପନ୍ୟାନ ‘ନୋ ବୋନ୍ସ’ ଲେଖିଥିଲେ, ଯାହାକି ପାଠକଙ୍କ ନିକଟରେ ଖୁବ ଆଦୃତ ହୋଇଥିଲା । ମିଲ୍କମ୍ୟାନର କାହାଣୀ ସ୍ୱତନ୍ତ୍ର ବୋଲି ଲେଖିକା ବର୍ଣ୍ଣନା କରିଛନ୍ତି ।

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ବୁରନ୍ସ କହିଛନ୍ତି, ପୁସ୍ତକ ନାମ ଅନୁସାରେ କାମ ହୋଇ ନାହିଁ । ଅନ୍ୟ ପୁସ୍ତକମାନଙ୍କ ଅପେକ୍ଷା ଏହି ପୁସ୍ତକର ମହତ୍ୱ ଅଧିକ ଗୁରୁତ୍ୱ । ଅତୀତରେ ଏହି ପୁସ୍ତକର ନାମକରଣକୁ ନେଇ ମୁଁ ବହୁ ଚିନ୍ତା କରିଥିଲି । କିନ୍ତୁ ଯେଉଁ ସବୁ ନାମ ଗୁଡ଼ିକ ନାମକରଣ ପାଇଁ ଭାବିଥିଲି, ତାହା ସଂପୂର୍ଣ୍ଣ ନିଷ୍ପତ୍ତି ହୋଇ ପାରୁ ନଥିଲା ।

୫୬ ବର୍ଷୀୟ ଲେଖିକା ପୂର୍ବରୁ ପୁସ୍ତକ ‘ନୋ ବୋନ୍ସ ଓ ଲିଟିଲ କନଷ୍ଟ୍ରକ୍ସନ’ ଉପନ୍ୟାସ ବେଶ ଆଦୃତ ହୋଇଥିଲା । ବର୍ଷ ୨୦୦୧ରେ ଲେଖିକାଙ୍କୁ ୱିନଫ୍ରି ହଲ୍ଟବାଏ ମେମୋରିଆଲ ପ୍ରାଇଜ ଓ ୨୦୦୨ରେ ଅରେଞ୍ଜ ପ୍ରାଇଜ ପାଇଁ ତାଲିକାଭୁକ୍ତ କରାଯାଇଥିଲା ।

By amfnews

Related Post