ଖାସ କଥା ହେଉଛି କି ପୂଜା ସମୟରେ ରାହୁଲ ନିଜ ଗୋତ୍ର ଉଲ୍ଲେଖ କରିଛନ୍ତି । ସେଠାରେ ସେ କୌଲ ବ୍ରାହ୍ମଣ ଏବଂ ଦତ୍ତାତ୍ରେୟ ଗୋତ୍ର ନାମରେ ପୂଜା କରିଛନ୍ତି । କୌଲ ହେଉଛନ୍ତି କାଶ୍ମୀରର ଏକ ବ୍ରାହ୍ମଣ ଜାତି ।
Congress President @RahulGandhi, former CM @ashokgehlot51 and Rajasthan PCC Chief@SachinPilot pay their respects at the Ajmer Sharif Dargah. pic.twitter.com/vzThdZsiPm
— Congress (@INCIndia) November 26, 2018
ଏଆଇସିସି ଅଧ୍ୟକ୍ଷ ରାହୁଲଙ୍କ ଗୋତ୍ରକୁ ନେଇ ସର୍ବଦା ବିଜେପି ସମାଲୋଚନା କରି ଆସୁଛି । ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କ ଉପରେ ଗୋତ୍ର ନ କହିବା ଅଭିଯୋଗ ଲଗାଇଥିଲେ ।
Congress President Rahul Gandhi performs puja at Brahma temple, Pushkar #Rajasthanpic.twitter.com/XC8mFeCUHb
— Supriya Bhardwaj (@Supriya23bh) November 26, 2018
ଆଜି ରାହୁଲ ପୋଖରାନ, ଜାଲୋର, ଜୋଧପୁରରେ କିଛି ଜନସଭାକୁ ସମ୍ବୋଧିତ କରିବେ । ଏ ବାବଦରେ ରାହୁଲ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସୂଚନାଯୋଗ୍ୟ କି, ରାଜସ୍ଥାନ ବିଧାନସଭାର ୨୦୦ଟି ଆସନ ପାଇଁ ଡିସେମ୍ବର ୭ରେ ମତଦାନ ହେବ । ଯାହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ ।