ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁକାବିଲା ଲାଗି କେନ୍ଦ୍ର ସରକାର ୫ଟି ବଡ ନିଷ୍ପତ୍ତିନେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।
୧. ପାକିସ୍ତାନଠାରୁ ମୋଷ୍ଟ ଫେବର୍ଡ ନ୍ୟାସନ୍ ମାନ୍ୟତା ପୁନଶ୍ଚ ଫେରାଇ ନିଆଯାଇଛି। ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ବାଣିଜ୍ୟ ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ପ୍ରତ୍ୟୋହାର ହୋଇଯିବ ।
୪. ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ଦଳଙ୍କ ସହ ବିସ୍ତାର ଭାବରେ ଆଲୋଚନାକରିବେ ।
୫. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂସେ ସେନାକୁ ଏହାର ଜବାବ ଦେବା ଲାଗି ନିଜସ୍ବ ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି ।