121 Views
ପୁଲୱାମା: ରବିବାର ଦିନ ଜମ୍ମୁ-କଶ୍ମୀରସ୍ଥିତ ପୁଲୱାମାର ଗଙ୍ଗୋ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି | ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଉପରେ ଆକ୍ରମଣ କରିଥିବା ବେଳେ ଜଣେ ସିଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଯବାନଜଣଙ୍କ ଜିଡି ପ୍ରଦୀପ ଦାସ ବୋଲି ଜଣାପଡିଛି।
ସୂଚନା ମୁତାବକ, ଶ୍ରୀନଗର-ପୁଲୱାମା ରାସ୍ତାରେ ଏହା ବିସ୍ଫୋରଣ ଘଟିଥିଲା | ଏହି ଅଞ୍ଚଳରେ ସିଆରପିଏଫର ରାସ୍ତା ଖୋଲିବା ଦଳ ନିୟୋଜିତ ହୋଇଥିବା ଦେଖି ଆତଙ୍କବାଦୀମାନେ ବିସ୍ଫୋରଣ ଯୋଜନା କରିଥିବା ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଏହି ଅଞ୍ଚଳକୁ ଜଣା ସାଧାରଣଙ୍କ ଚଳପ୍ରଚଳ ବନ୍ଦ କରାଯିବ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତେବେ ଏହା ପ୍ରଥମ ନୁହେଁ ଗତ ଚାରି ଦିନ ମଧ୍ୟରେ ସିଆରପିଏଫ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ | ବୁଧବାର ସୋପୋରରେ ଜଣେ ସିଆରପିଏଫ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା |
