Fri. Mar 6th, 2026

ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରନ୍ତି ଜୈଶ୍‌ ଆତଙ୍କବାଦୀ- ଗୁଇନ୍ଦା ସୂଚନା ପରେ ୭ଟି ରାଜ୍ୟରେ ହାଇ ଆଲର୍ଟ

608 Views

ନୂଆଦିଲ୍ଲୀ  : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଭାରତୀୟ ଗୁଇନ୍ଦା ଏଜେନ୍‌ସି ବୁଧବାର ଦିନ ହାଇ ଆଲର୍ଟ ଜାରି କରିଛି। ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ କଶ୍ମୀର ଉପତ୍ୟକାରେ ଏବଂ ଅନ୍ୟୂନ ୭ଟି ଅନ୍ୟ ରାଜ୍ୟରେ ଭୟବହ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ବିଭାଗ ତରଫରୁ ସୂଚନା ମିଳିଛି।

ସଦ୍ୟତମ ତଥ୍ୟାନୁସାରେ, ଆକ୍ରମଣ କରିବା ପାଇଁ ପାକିସ୍ତାନର ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ) ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଛି। ୨୦୧୯ ଫେବ୍ରୁଆରିରେ ହୋଇଥିବା ପୁଲ୍‌ଓ୍ଵାମା ଆକ୍ରମଣ ଢାଞ୍ଚାରେ ସେନା, ପୁଲିସ ଏବଂ ଅନ୍ୟ ଆଇନ ପ୍ରବର୍ତ୍ତନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇ ପାରେ ବୋଲି ସୂଚନା ମିଳିଛି।ସୂଚନା ଆଧାରରେ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ଜେଇଏମ୍‌ ଏ ଭଳି ଘୃଣ୍ୟ ଆକ୍ରମଣ ଯୋଜନା କରିବାର ସମ୍ଭାବନା ରହିଛି।

By amfnews

Related Post