Sat. Mar 7th, 2026

ପୁଲ୍‌ଓ୍ଵାମା ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ମାସୁଦ ଆଝାରଙ୍କ ପୁତୁରା!

272 Views

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଠାରେ ସିଆର୍‌ପିଏଫ୍‌ ବସ୍‌ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ମାସୁଦ ଆଝାରଙ୍କ ପୁତୁରା ମହମ୍ମଦ୍‌ ଉମେର୍‌ ହୋଇପାରେ ବୋଲି ଭାରତର ଶୀର୍ଷସ୍ତରୀୟ ନିରାପତ୍ତା ଏବଂ ପ୍ରତିରୋଧକ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଉମୈର୍‌ ହେଉଛି ଜୈସ୍‌-ଏ-ମହମ୍ମଦ୍‌ର ସଂସ୍ଥାପକ ଏବଂ ମୁଖ୍ୟ ମାସୁଦ ଆଝାରଙ୍କର ବଡ଼ ଭାଇ ଆଥର୍‌ ଇବ୍ରାହିମ୍‌ଙ୍କର ପୁଅ।

ଆତ୍ମଘାତୀ ଆକ୍ରମଣକାରୀ ୨୨ ବର୍ଷିୟ ଆଦିଲ୍‌ ଅହମଦ୍‌ ଦର ପାକିସ୍ତାନୀ ଅଧିକୃତ କଶ୍ମୀରର ମୁଜାଫର୍‌ବାଦସ୍ଥିତ ବୋମା ନିର୍ମାଣକାରୀଙ୍କ ପାଖକୁ ଅନେକ ଥର ଯାଇଛି ବୋଲି ନିରାପତ୍ତା ଅଧିକାରୀମାନେ ସୂଚନା ପାଇଛନ୍ତି।

ବିସ୍ଫୋରଣସ୍ଥଳର ଅବସ୍ଥା ତଦନ୍ତରେ ବାଧା ଦେଉଥିବା କଥା ଅଧିକାରୀମାନେ କହୁଛନ୍ତି। ସେଠାରେ ତୁଷାର ଓ କର୍ଦମ ଭରି ରହିଛି। ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ ତାହା ମଣିଷର ଦେହାବଶେଷ ଓ ଯାନବାହନର ଅଂଶ ବିଶେଷ ଟୁକୁରା ଟୁକୁରା କରି ପକାଇଛି। ଆତ୍ମଘାତୀ ବୋମାରେ ଗାଡ଼ିର ଏକ୍ସିଲ୍‌ ବ୍ୟବହାର ହୋଇଥିବା କଥା ସେମାନେ ବିଶ୍ୱାସ କରୁଛନ୍ତି। ବୋମାର ପ୍ରମାଣ ଓ ମାଲିକାନା ଜାଣିବାକୁ ସେମାନେ ଏହାକୁ ଏକତ୍ର କରିବାକୁ ଉଦ୍ୟମ କରୁଛନ୍ତି।

ବିସ୍ଫୋରକ ଭରା ଗାଡ଼ିଟିକୁ ଚଳାଇ ସିଆପିଏଫ୍‌ ବସ୍‌କୁ ଧକ୍କା ଦେଇଥିବା ବୋମା ବିସ୍ଫୋରଣକାରୀର ଦେହାବଶେଷ ମିଳିନାହିଁ। ଅଧିକାରୀମାନଙ୍କ କହିବା ଅନୁସାରେ, ଉମୈର୍‌ ଏବେ ପୁଲ୍‌ଓ୍ଵାମା ଅଞ୍ଚଳରେ ଆତଙ୍କବାଦ ପରିଚାଳନା କରୁଛି। ସେ ଆଫଗାନିସ୍ତାନରେ ଆତଙ୍କବାଦ ପରିଚାଳନା ତାଲିମ ପାଇଛି।

By amfnews

Related Post