Tue. Mar 10th, 2026

ପୁଲିସ ସହ ଗୁଳି ବିନିମୟ କରି ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ ଆହତ

311 Views

ଜୟପୁର  : ବୁଧବାର ଭୋର୍‌ ପ୍ରାୟ ୪: ୩୦ରେ ହାତୀଶାଳ ଛକ ନିକଟରେ ଜୟପୁର ଟାଉନ୍‌ ପୁଲିସ ସହ ଗୁଳି ବିନିମୟ ଘଟି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ହେଉଛି ଗଞ୍ଜେଇ ମାଫିଆ କାବୁଲ ଖାରା। ଅଭିଯୁକ୍ତ କାବୁଲ ପ୍ରଥମେ ପୁଲିସ ଉପରକୁ ୨ ରାଉଣ୍ଡ୍‌ ଗୁଳି ଚଳାଇ ଥିଲା। ଏହାର ଜବାବରେ ପୁଲିସ ୩ ରାଉଣ୍ଡ୍‌ ଗୁଳି ଚଳାଇ ଥିଲା। ପୁଲିସ ଗୁଳି ବାଜି ତା’ର ଡାହଣ ଗୋଡ଼ରେ କ୍ଷତ ହୋଇଛି। ଚିକିତ୍ସା ପାଇଁ ତାକୁ ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏଥିରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନାହାନ୍ତି।

ରାଜ୍ୟ ବାହାରୁ ଚୋରା ଗଞ୍ଜେଇ ଚାଲାଣ ନିୟନ୍ତ୍ରଣ କରୁଥିବା କାବୁଲ ନାମରେ ଜୟପୁର ଟାଉନ୍‌, ସଦର, ବୋରିଗୁମା ଏବଂ ନବରଙ୍ଗପୁର ଥାନାରେ ପାଞ୍ଚରୁ ଅଧିକ ମାମଲା ରହିଛି। ଅଭିଯୁକ୍ତ ଠାରୁ ଗୋଟିଏ ୭ ଏମ୍‌ଏମ୍‌ ପିସ୍ତଲ ଏବଂ ଅଫୁଟା ଗୁଳି ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ସୁଇଫ୍ଟ୍‌ ଡିଜାୟାର୍‌ କାର୍‌ ମଧ୍ୟ ଜବତ ହୋଇଛି।

By amfnews

Related Post