Sat. Mar 7th, 2026

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗୁରୁତର

262 Views

ରାଜନଗର, ଜାନୁଆରୀ ୨୨ :କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜନଗର ଗୁପ୍ତି ରାସ୍ତାର କୁରୁଣ୍ଟି ଗାଁ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଆହତ ହୋଇଛି। ତାଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥରେ ଆହତ ଅଭିଯୁକ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛିି। ଗତକାଲି ସକାଳେ ରାଜନଗର ଥାନା କଣ୍ଡିରା ଗ୍ରାମରେ ଅପରାଧୀଙ୍କ ଗୁଳିରେ ନିରିହ କିଶୋର ସେଠୀଙ୍କ ମୃତ୍ୟୁ ଘଟଣାରେ ଆଜି ପୁଲିସ ଗୁଳିରେ ଆହତ ଅଭିଯୁକ୍ତର ସମ୍ପୃକ୍ତି ଥିବା ପୁଲିସ କହିଛି। ତା ଠାରୁଏକ ବାଇକ, ଗୋଟିଏ ରିଭଲଭର, ଗୁଳି ପ୍ରଭୃତି ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ସକାଳେ ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗ୍ରମରେ କେତେକ ଅପରାଧୀ ଗୁଳି ଚଳାଇ କିଶୋର ସେଠୀ( ୩୫ ବର୍ଷ) ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ରେ ସାପ୍‌ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ପୁଲିସ ଜାଣି ପାରିଥିଲା। ତେଣୁ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍କ୍ଵାଡ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ସାପ୍‌ ଗ୍ୟାଙ୍ଗର ବାବୁ ଓରଫ ସଞ୍ଜୟ ବିଶ୍ୱାଳ ଏକ ବାଇକରେ ରାଜନଗର- ଗୁପ୍ତି ରାସ୍ତାରେ ଆସୁଥିବା ବେଳେ ସ୍ପେସାଲ ସ୍କ୍ଵାଡ୍‌ ଓ ରାଜନଗର ପୁଲିସ ତାଙ୍କୁ କୁୁରୁଣ୍ଟି ନିକଟରେ ଅଟକାଇଥିଲା।

ତେବେ ପୁଲିସକୁ ଦେଖି ଅଟକିବା ମାତ୍ରେ ସଞ୍ଜୟ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ସଞ୍ଜୟ ଗୁଳି ଚଳାଇବା ପରେ ପୁଲିସ ପାଲଟା ଗୁଳି ଚଳାଇ ଥିଲା। ଦୁଇଟି ଗୁଳି ସଞ୍ଜୟର ବାମ ଗୋଡ଼ରେ ବାଜିିବାରୁ ସେ ପଡ଼ି ଯାଇଥିିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାଜନଗର, କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଳି ବ୍ଲକ୍‌ ପତ୍ରପୁର ଅଞ୍ଚଳର ସଞ୍ଜୟ ବିଶ୍ୱାଳ ଓରଫ ବାବୁ ନାମରେ ନରହତ୍ୟା, ରାହାଜାନୀ ଆଦି ୧୦ଟି ରୁ ଊର୍ଧ୍ୱ ସଙ୍ଗୀନ ମାମଲା ଥିବା ପୁଲିସ କହିଛି।

By amfnews

Related Post