Sat. Mar 7th, 2026

ପୁଲିସ ଇନ୍‌ଫର୍ମର ଦର୍ଶାଇ ୧୦ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟାକଲେ ନକ୍ସଲ

217 Views

ମାଲକାନଗିରି  : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ହିଂସା ଘଟାଇଛନ୍ତି ନକ୍ସଲ। ଜଣେ ସ୍କୁଲ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ୧୦ମ ଶ୍ରେଣୀ ଛାତ୍ରଙ୍କୁ ପୁଲିସ ଇନ୍‌ଫର୍ମର ଦର୍ଶାଇ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି। ଯାହାକୁ ନେଇ ଏହି ଅଂଚଳରେ ନକ୍ସଲଙ୍କ ଏହି କାଣ୍ଡକୁ ଲୋକେ ସିଧାସଳଖ ବିରୋଧ କରିବା ଆରମ୍ଭ କରିଛି।

ବିଜାପୁର ଜିଲ୍ଲାର ବାସାଗୁଡା ଥାନା ଅନ୍ତର୍ଗତ ତିମ୍ମାପୁରମ ଗ୍ରାମର ଏହି ଘଟଣା। କିଛିଦିନ ତଳେ ଏହି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ନକ୍ସଲ ଅପହରଣ କରିଥିଲେ। କିଛି ଦିନ ବନ୍ଦୀ ଭାବେ ରଖିବା ପରେ ପ୍ରଜାକୋର୍ଟରେ ହାଜର କରିଥିଲେ। ଛାତ୍ରଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନଦେଇ ଏକତରଫା ଶୁଣାଣି କରିଥିଲେ। ଶେଷରେ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦେଶ ଦେଇ ଶହ ଶହ ଲୋକ ଆଖି ଆଗରେ ନୃଶଂସ ଭାବେ ହତ୍ୟା କରିଥିଲେ।

ଘଟଣା ପରେ ଏହି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ବିଳମ୍ବରେ ଘଟଣା ସଂପର୍କରେ ଖବର ପାଇ ଗାଁକୁ ଯାଇଥିଲା। ଛାତ୍ରଙ୍କ ଶବକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଏହି ଘଟଣା ଗତ ୧୬ ତାରିଖରେ ଘଟିଥିଲେ ମଧ୍ୟ ଗତକାଲି ଏହି ଘଟଣା ପଦାକୁ ଆସିଥିଲା। ଆଇଜି ବିବେକାନନ୍ଦ ସିହ୍ନାଙ୍କ କହିବା ଅନୁଯାୟୀ ଏହି ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ କଣ ଘଟିଛି କହି ହେବ ବୋଲି କହିଥିଲେ।

By amfnews

Related Post