Sun. Mar 8th, 2026

ପୁଲଗାଁଓସ୍ଥିତ ସେନା ଗୋଳାବାରୁଦ ଗୋଦାମ ନିକଟରେ ବିସ୍ଫୋରଣ, ୪ ମୃତ, ୬ ଗୁରୁତର

168 Views

ପୁଲଗାଁଓ, ୨୦/୧୧: ମହାରାଷ୍ଟ୍ରର ଓ୍ଵାର୍ଧା ଜିଲ୍ଲା ପୁଲଗାଁଓସ୍ଥିତି ସେନାର ଗୋଳାବାରୁଦ ଗୋଦାମରେ ଆଜି ସକାଳେ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍‌୍ୟୁନ ୬ ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି।

ଏଥିରେ ;ସେନାର ଗୋଳାବାରୁଦ ଡିପୋର ୨ ଜଣ ସୈନିକ ଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପଆୟ ୭ଟା ବେଳେ ପୁଲଗାଓ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ କେତେକ ପୁରୁଣା ବୋମା ଓ ଅନ୍ୟ ଗୋଳବାରୁଦକୁ ନଷ୍ଟ କରିବା ପାଇଁ ଅନ୍‌ଲୋଡ ହେଉଥିବା ବେଳେ ଜଣେ ଶ୍ରମିକଙ୍କ ହାତରେୁ ଏହି ବୋମା ଖସିପଡ଼ିଥିଲା।

ଫଳରେ ଏହି ବୋମାଟିରେ ହଠାତ ବିସ୍ଫୋଣର ଘଟିଥିଲା। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁ ଗୁଡ଼ିକ ଥରି ଉଠିଥିଲା। ତେବେ ଏହି ବିସ୍ଫୋରଣର ପ୍ରାଥମିକ ସୂ ଚନାଅନୁଯାୟୀ, ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ସେନା ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବିସ୍ଫୋରଣ ସକାଳ ୭ଟା ବେଳେ ଘଟିଛି। ଏଥିରେ ଅନ୍ୟୁନ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ସମଗ୍ର ଏସିାରେ ପୁଲଗାଓ ଗୋଳାବାରୁଦ ଗୋଦାମ ଦ୍ୱିତୀୟ ବୃହତ୍ତମ ଗୋଦାମ। ଗତ ୨୦୧୬ ମସିହାରେ ଏହି ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଘଟି ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା

By amfnews

Related Post