Sat. Mar 7th, 2026

ପୁରୁଷ ହେବା ପାଇଁ ଘରେ ମିଛ କହି ୩ବର୍ଷ ପର୍ଯ୍ୟନ୍ତ ଟ୍ରେନିଙ୍ଗ ନେଇଥିଲେ କରଣ ଜୋହର

426 Views

ମୁମ୍ବାଇ, ନଭେମ୍ବର ୨୮: ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଆର୍‌ଜେ, ଆଙ୍କର ଏବଂ ଅଭିନୟ ଭଳି ଭିନ୍ନ ପ୍ରକାରର କାମ କରି ବେଶ ସଫଳତା ଲାଭ କରିଛନ୍ତି କରଣ ଜୋହର । ପୂର୍ବରୁ ସେ ଅନେକ ସଂଘର୍ଷ କରିଥିବା ବେଳେ ଏବେ ତାଙ୍କ ନାମ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । ସଫଳତାର ଅନେକ ସ୍ୱାଦ କରଣ ଚାଖିଥିବା ବେଳେ ଦିନ ଥିଲା, ଯେତେବେଳେ ଲୋକେ ତାଙ୍କୁ ତାଙ୍କ ସ୍ୱର ପାଇଁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ଏପରି ଘଟଣାରେ ସେ ବିରକ୍ତ ହୋଇ ଡ଼ାକ୍ତରଙ୍କ ପାଖକୁ ନିଜର ଚିକିତ୍ସା କରାଇବା ପାଇଁ ପହଞ୍ଚିଥିଲେ ବୋଲି ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ କହିଛନ୍ତି କରଣ।ତାଙ୍କ କହିବା ଅନୁଯାୟୀ, ଛୋଟବେଳୁ ସମସ୍ତେ ମୋତେ କହୁଥିଲେ ଝିଅ ପିଲାଙ୍କ ଭଳି ଚାଲ ନାହିଁ, ଝିଅଙ୍କ ଭଳି ନାଚ ନାହିଁ ବୋଲି କହୁଥିଲେ। ବେଳେ ବେଳେ ଲୋକେ ମୋତେ ମୋର ସ୍ୱର ଝିଅମାନଙ୍କ ଭଳି ବୋଲି ମଧ୍ୟ କହୁଥିଲେ ।

ଏ ସବୁ କଥାରେ ବିରକ୍ତ ହୋଇ ୧୫ବର୍ଷ ବୟସରେ ମୁଁ ଡ଼ାକ୍ତରଙ୍କ ପାଖରେ ପହଞ୍ଚି ଯାଇଥିଲି । ସ୍ପିଚ୍‌ ଥେରାପିଷ୍ଟଙ୍କ ପାଖକୁ ଯାଇ ତାଙ୍କୁ ମୋର ସ୍ୱର ବଦଳାଇବା ପାଇଁ କହିଥିଲି । ଯାହା ପରେ ସ୍ୱରକୁ ଠିକ୍‌ କରିବା ପାଇଁ ମୋର ଟ୍ରେନିଙ୍ଗ ୩ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ୩ବର୍ଷ ପର୍ଯ୍ୟନ୍ତ ଘରେ ଏହି ବିଷୟରେ କେହି ଜାଣି ନଥିଲେ । ମୁଁ ଟିଉସନ୍‌ ଯାଉଛି ବୋଲି କହି ସ୍ପିଚ୍‌ ଥେରାପିଷ୍ଟଙ୍କ ପାକକୁ ଯାଉଥିଲି ବୋଲି କରଣ ଜଣାଇଥିଲେ ।

By amfnews

Related Post