Fri. Mar 6th, 2026

ପୁରୁଷ ହକି ବିଶ୍ୱକପ୍‌: କାନାଡାକୁ ୨-୧ରେ ପରାସ୍ତ କଲା ବେଲଜିୟମ

464 Views

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ବୁଧବାର ବେଲଜିୟମ ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମରେ କାନାଡାକୁ ୨-୧ ଗୋଲରେ ବେଲଜିୟମ ପରାସ୍ତ କରିଛି। ବେଲଜିିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଦଳ ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ଲଢୁଆ ମନୋଭାବ ନେଇ ଖେଳୁଥିଲେ ମଧ୍ୟ ବେଲଜିୟମର ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ। କାନାଡା ପାଇଁ ମାର୍କ ପ୍ରଥମ ଗୋଲ ଦେଇଥିଲେ।

ଭାରତ ଆଜି ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଏହି ମୁକାବିଲାକୁ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି। ବିଶ୍ୱ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ଟୁଇଟ ଜରିଆରେ ହକି ଇଣ୍ଡିଆ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସଚିନ କହିଛନ୍ତି, ମୁଁ ଆପଣଙ୍କୁ ବିଶ୍ୱାସ କରୁଛି। ଦେଶ ଆପଣଙ୍କୁ ବିଶ୍ୱାସ କରୁଛି।

ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓସ୍କାର ବିଜେତା ଏ.ଆର. ରେହମାନ୍‌ ଓ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜର ପ୍ରସ୍ତୁତି ଦେଇଥିଲେ। ସେହିପରି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଉଦ୍‌ଘାଟନୀ ସମାରୋହର ମଞ୍ଚରେ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।

By amfnews

Related Post