Fri. Mar 13th, 2026

ପୁରୁଣା ଖବରକାଗଜ ସହ ବିକି ଦେଇଥିବା ସୁନା ଅଳଙ୍କାର ଫେରି ପାଇଲେ ମହିଳା

215 Views

ନମକ୍କଲ: ପୁରୁଣା ଖବର କାଗଜ ସହ ଲୁଚାଇଥିବା ଭୁଲ୍‌କ୍ରମେ ଗହଣା ବିକ୍ରି କରିଦେଇଥିବା କଥା ଜଣେ ୪୫ ବର୍ଷୀୟ ମହିଳା ଅଭିଯୋଗ କରିବା ପରେ ଗୁରୁବାର ଦିନ ରାସିପୁରମ ପୁଲିସ ଜଣେ କବାଡ଼ିଆ ବ୍ୟବସାୟିଙ୍କ ଠାରୁ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ହୀରା ଅଳଙ୍କାର ଉଦ୍ଧାର କରିଛି।

ଗୁରୁବାର ଅପରାହ୍ଣରେ ରାସିପୁରମ ଅନ୍ତର୍ଗତ ବିଗ୍ନେଶ ନଗର ଏସ୍‌ କଳାଦେବୀ ନାମ୍ନା ଜଣେ ୪୫ ବର୍ଷୀୟ ମହିଳା ସାଲେମ୍‌ର ଶୀଲନାଇକେନପଟ୍ଟୀ ନିକଟ ରମଣକଡୁର ୫୫ ବର୍ଷିୟ କବାଡ଼ିଆ ବେପାରୀ ଭି ସେଲବରାଜଙ୍କୁ ପୁରୁଣା ଖବରକାଗଜ ବିକ୍ରି କରିଥିଲେ। କିଛି ସମୟ ପରେ କଳାଦେବୀ ଜାଣିପାରିଲେ ଯେ ଚୋରି ହୋଇଯିବା ଡରରେ ସେଇ କାଗଜ ମଧ୍ୟରେ ସେ ତାଙ୍କର ସୁନା ତିଆରି ମଙ୍ଗଳସୂତ୍ର, ଚୁଡ଼ି, ହୀରା କାନଫୁଲ ରଖିଥିଲେ। ଏସବୁର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ହେବ।

କବାଡ଼ିଆ ବେପାରୀକୁ ଖୋଜି ନ ପାଇବାରୁ କଳାଦେବୀ ରାସିପୁରମ୍‌ ଥାନାରେ ଅଭିଯୋଗ କଲେ। ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ସେଲବରାଜଙ୍କୁ ଠାବ କଲା। ତାଙ୍କ ଦୋକାନ ତଲାସ କରିବା ପରେ କାଣ୍ଡି ହୋଇଥିବା କାଗଜ ଗଦାରୁ ଅଳଙ୍କାର ପାଇଥିଲେ। ସଚ୍ଚୋଟତା ପାଇଁ କଳାଦେବୀ ସେଲଭରାଜଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି।

By amfnews

Related Post