Sat. Mar 7th, 2026

ପୁରୀ : କରୋନା ପାଇଁ ଦେବାଳୟରେ କଡ଼ା କଟକଣା, ଚିକିତ୍ସାଳୟରେ ଢିଲା

165 Views

ପୁରୀ : କରୋନା ପାଇଁ ରାଜ୍ୟ ସରକାର ଯଥେଷ୍ଟ ସତର୍କତାମୂଳକ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରୁଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଟିକେ ପାଦେ ଆଗକୁ ଯାଇ କରୋନା ପାଇଁ ପୁରୀରେ କଡ଼ା ପଦକ୍ଷେପ ନେଇଛି। ସମୁଦ୍ର କୂଳରେ ୧୪୪ ଲଗାଇବା ପୁରୀକୁ ପର୍ଯ୍ୟଟକଙ୍କ ଯାଆସ ଉପରେ ରୋକ ଲଗାଇ ଦେଇଛି। ଏପରିକି ଶ୍ରୀମନ୍ଦିର ପ୍ରବେଶ ଉପରେ ମନ୍ଦିର ପ୍ରଶାସନ ମଧ୍ୟ କଡ଼ା କଟକଣା ଲଗାଇଛି। ମାସ୍କ ନାହିଁ ତ ଦର୍ଶନ ନାହିଁ ଏଭଳି ବ୍ୟବସ୍ଥା କରାଯାଇଛି। ଧାଡିରେ ଗଲ‌ାବେଳେ ଭକ୍ତ ଅତି କମରେ ଗୋଟିଏ ମିଟର ବ୍ୟବଧାନରେ ଠିଆ ହେବାକୁ ନିର୍ଦ୍ଦେଶ ରହିଛି। ଦେବାଳୟରେ ଏଭଳି କଡ଼ା କଟକଣା ଲାଗୁ ହୋଇଥିବା ବେଳେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିନ୍ତୁ ସେମିତି କିଛି କଟକଣା ନାହିଁ। ‌

ସବୁ କିଛି ଖୋଲା ମେଲାରେ ଛାଡ଼ି ଦିଆଯାଉଛି। ଏଠାରେ କଟକଣା ଢିଲା ରହିଛି। ଟିକଟ ପାଇଁ ଲମ୍ବା ଧାଡ଼ିରେ ରହୁଥିବା ରୋଗୀ ଓ ସଂପର୍କୀୟ ଦେହକୁ ଦେହ ଘଷି ହୋଇ ଠିଆ ହେଉଥିବାର ଦେଖିବାକୁ ମିଳିଛି। ଶତକଡ଼ା ୯୦ ଭାଗ ରୋଗୀ ମାକ୍ସ ପିନ୍ଧି ନାହାନ୍ତି। ରୋଗୀ ଓ ସଂପର୍କୀୟ ମେଳ ହୋଇ ବସି ରହିଛନ୍ତି। ଓପିଡି (ଆଉଟଡୋର) ଟିକେଟ କାଉଣ୍ଟର ଓ ନିରାମୟ ଔଷଧ ପାଇଁ ରୋଗ‌ୀ ଦେହକୁ ଦେ‌ହ ଲାଗି ଘଣ୍ଟା‌ ଘଣ୍ଟା ଠିଆ ହୋଇଛନ୍ତି। ଓପିଡି କାଉଣ୍ଟରେ ପଛକୁ ପଛ ଠେଲାପେଲା ହୋଇ ଡାକ୍ତରଙ୍କୁ ଦେଖାଉଛନ୍ତି। ଦେବାଳୟର କଡ଼ା କଟକଣା ଦେଖିଲେ ଚିକିତ୍ସାଳୟ ଯେଉଁଠି ଅଧିକ ସଂକ୍ରମିତ ହେବାର ଭୟ ରହିଛି ‌ସେଠାରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସବୁ କିଛି ଖୋଲାମେଲାରେ ଛାଡ଼ି ଦିଆଯାଇଛି। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଏଥିପ୍ରତି ସତର୍କ ନାହାନ୍ତି। କରୋନା ପାଇଁ ହାତ‌ରେ ଗ୍ଲୋସ କିମ୍ବା ମାସ୍କ ଅଧିକାଂଶ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ମେଡିକାଲରେ ଥିବା ବେସିନ, ପାଇଖାନା, ଗାଧୁଆ ଘରେ ହ୍ୟାଣ୍ଡ୍ ୱାସ ବା ସାନିଟାଇଜର ରଖାଯାଇନାହିଁ। ଅନ୍ୟକୁ ସତର୍କ କରୁଥିବା ସ୍ବାସ୍ଥ୍ୟ ବିଭାଗ କିନ୍ତୁ ବେଫିକର ବୋଲି ଏ କଥାରୁ ସ୍ପଷ୍ଟ ହୋଇଛି।

By amfnews

Related Post