Sat. Mar 7th, 2026

ପୁରୀ କଣାସଗସ୍ତରେ ଯାଇ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

286 Views

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ କଣାସଗସ୍ତରେ ଯାଇ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ନିବନିର୍ମିତ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁରୀ କଣାସଗସ୍ତରେ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ , ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟାତ ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

କେବଳ ଏତିକି ନୁହେଁ, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବେଶ ଲୋକପ୍ରିୟ ହୋଇଛି । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭିମାନ ସହ ବଂଚିବା ପାଇଁ ଚାଷୀକୁ କାଳି ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଚାଷୀ ଏହି ଯୋଜନାର ସୁଫଳ ପାଇଥିବା ବେଳେ ଆସାନ୍ତା କାଲି ୧୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜଣେ ବି ଯୋଗ୍ୟ ଚାଷୀ ଯେପରି ବାଦ୍‌ ନ ପଡନ୍ତି ସେଥିପ୍ରତି ସେ ରଖିଛନ୍ତି। ସେହିପରି କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ହୋଇଥିବା କାଳିଆ ଛାତ୍ରବୃତ୍ତି ଯୋଜନା, ବିନା ସୁଧରେ ଚାଷୀଙ୍କୁ ଋଣ, ବିନା ସୁଧରେ ମିଶନ ଶକ୍ତି ମାମାନଙ୍କ ଋଣ ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପର ସୁବିଧା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

By amfnews

Related Post