ଭୁବନେଶ୍ୱର, ଫେବୃଆରୀ 09 : ପୁରୀରେ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପରେ କେନ୍ଦ୍ର ସଂକୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଙ୍କୁ ଭେଟିଲା ବିଜେପି । ପୁରୀରୁ ଆସିଥିବା ସେବାୟତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଏବଂ ବ୍ରହ୍ମଗିରି ବିଧାୟକ , ଜାତୀୟ ମୁଖାପାତ୍ର ସମ୍ବିତ ପାତ୍ର ପ୍ରମୁଖ ସଂସ୍କୃତି ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପୁରୀ ପ୍ରସଙ୍ଗରେ ହୋଇଥିବା ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଏହି ନୋଟିସକୁ ପ୍ରତ୍ୟାହାର କରାଯାଇଛି । ଦେଶର ସବୁ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ବାଇ-ଲ’ ପ୍ରସ୍ତୁତ ହେଉଛି । ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ଏହା ପ୍ରସ୍ତୁତ କରାଯାଉଛି । ପୁରୀରେ ଏହା କେବଳ ଏକ ପବ୍ଲିକ ନୋଟିସ ଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ଏକ ଭ୍ରମ ସୃଷ୍ଟି କରିଥିଲେ । ସେଠରେ 100 ମିଟର ଅଞ୍ଚଳରେ ରାଜ୍ୟ ସରକାର ଲୋକଙ୍କୁ ବିସ୍ଥାପିତ କରିଛନ୍ତି । ଆମେ ବିକାଶରେ ବାଧା ଦେଇନାହୁଁ । ଲୋକଙ୍କୁ ସେଠରେ ସରକାର ଯାହା ପ୍ରତିଶୃତି ଦେଇଥିଲେ ପାଳନ କରନ୍ତୁ ।
ଏହାସହ ମନ୍ତ୍ରୀ କହିଛନ୍ତି ପୁରୀରେ ବାଇ-ଲ’ ଲାଗୁ ହେବନି । ସେଠରେ ଚଳନ୍ତି ପ୍ରତିମା ଅଛନ୍ତି ରହିବେ ମଧ୍ୟ । ଲିଙ୍ଗରାଜ ମନ୍ଦିରରେ ହୋଇଥିବା ପ୍ରସଙ୍ଗରେ ଏହାକୁ ଅନୁଧ୍ୟାନ କରାଯାଉଛି ବୋଲି ସେ କହିଛନ୍ତି । ଆମେ ଆଲୋଚନା କରି ନିଷ୍ପତି ନେବୁ ।