Fri. Mar 6th, 2026
268 Views

ପୁରୀ : ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପୁରୀରେ ପହଞ୍ଚିଛି।

ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି,“ ଆଗକୁ  କାଳିଆ ଠାକୁରଙ୍କ ରଥଯାତ୍ରା ଆସୁଛି। ଅକ୍ଷୟ ତୃତୀୟାରେ ପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଆଗରୁ ୧୨୫ ଖଣ୍ଡ କାଠ ଆସିଥିଲା। ଆଜି ଆଠ ଖଣ୍ଡ ଫାଶୀ କାଠ ଆସି ପହଞ୍ଚିଛି।ଆସନ୍ତାକାଲି ରାମ ନବମୀରେ ଶ୍ରୀଜିଉଙ୍କ କାଠ କରତ କଳରେ ଚିରଟ ହେବ। କାଲି ମହାପ୍ରଭୁଙ୍କ ଆଜ୍ଞା ମାଳ କରତ କଳରେ ପହଞ୍ଚିଲେ, କାଠ ଚିରଟ ହେବ। ମହାପ୍ରଭୁ ନିଶ୍ଚିତ ଭାବେ ଏହି ମହାମାରୀରୁ ଓଡ଼ିଶାକୁ ବଞ୍ଚାଇବେ।”

By amfnews

Related Post