Fri. Jun 6th, 2025

ପୁରି ଠାରେ ମହୋଦଧୀରେ ବିଲୀନ ବାଜପେୟୀଙ୍କ ଚିତାଭସ୍ମ । ଭୁବନେଶ୍ୱରରୁ ପୁରୀ ଯାଏଁ ସବୁଠି ଲୋକେ ଜଣାଇଲେ ସମ୍ମାନ

By amfnews Aug 24, 2018 #Featured
189 Views

ଭୁବନେଶ୍ୱର : ବାଜପେୟୀଙ୍କ ଚିତାଭସ୍ମ ପଟୁଅାରରେ ବିଜେପିର ତମାମ ନେତା ଓ କର୍ମୀ ଦଳକୁ ଗଢ଼ିଥିବା ମହାନାୟକଙ୍କ ଚିତାଭସ୍ମ କଳସ ଧରି ସକାଳୁ ଦଳୀୟ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, କେଭି ସିଂଦେଓଙ୍କ ସମେତ ଅଧିକାଂଶ ତୁଙ୍ଗ ନେତା ସାମିଲ ହୋଇଥିଲେ। ଅାଉ ବାଟରେ ଚିତାଭସ୍ମକୁ ଶେଷ ସମ୍ମାନ ଦେବାକୁ ରୁଣ୍ଡ ହୋଇଥିଲେ ଅନେକ ସାଧାରଣ ଲୋକ।

ବାଜପେୟୀ ଅମର ରହେ ଧ୍ୱନିରେ କମ୍ପିଥିଲା ପୁରା ପରିବେଶ। ପିପିଲିରେ ସ୍କୁଲ ପିଲାମାନେ ବି ଦିବଂଗତ ଜନନେତାଙ୍କୁ ସମ୍ମାନ ଦେବା ପାଇଁ ପହଁଞ୍ଚିଥିଲେ। ଅଠରନଳାରେ ପଟୁଅାର ପହଁଞ୍ଚିବା ପରେ ନେତାଙ୍କ ସହ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ବି ଚାଲି ଚାଲି ବଡ଼ଦାଣ୍ଡ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ। ପରେ  ଚିତାଭସ୍ମକୁ ଶ୍ରୀମନ୍ଦିର ଚାରିପଟରେ ପରିକ୍ରମା କରାଯାଇଥିଲା। ଲଷ୍ମୀମନ୍ଦିର ଦେଇ ଅପରାହ୍ମ ୫ ଟାରେ ମହୋଦଧୀରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା।

ଅାସନ୍ତା କାଲି ବାଜପେୟୀଙ୍କୁ ଶେଷ ସମ୍ମାନ ଦେବା ପାଇଁ ଭୁବନେଶ୍ୱରେ ବିଜେପି ଅାୟୋଜନ କରୁଛି  ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା। ଏଥିପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସମେତ ସବୁ ବିଧାୟକ ବିରୋଧୀ ଦଳ ନେତା ଓ ଅନ୍ୟ ଦଳର ମୁଖିଅା ମାନଙ୍କୁ ମଧ୍ୟ ଦଳ ନିମନ୍ତ୍ରଣ କରିଛି। ତେବେ ମୁଖ୍ୟମନ୍ତ୍ରୀ ଏହି ସଭାରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଦୁଇ ଦିନ ତଳେ ଦିଲ୍ଲୀରେ ଅାୟୋଜିତ ଅନୁରୂପ ସଭାରେ ସବୁ ଦଳର ନେତା ଯୋଗ ଦେଇଥିଲେ। ସେପଟେ ଅାଜି ସକାଳୁ ରାଜ୍ୟ କାର୍ଯ୍ୟାଳୟରେ ପହଁଞ୍ଚି ଚିତାଭସ୍ମ କଳସରେ ପୁଷ୍ପାଞ୍ଜଳି ଅପର୍ଣ କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୂଲ୍ୟା ପରି ରାଜ୍ୟର ପ୍ରମୁଖ ନଦୀରେ ମଧ୍ୟ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ଦଳ ଯୋଜନା କରିଛି। ସେହିପରି ଅାସମନ୍ତା କାଲି ଠାରୁ ଜିଲ୍ଲା ଓ ଜୋନସ୍ତରରେ ମଧ୍ୟ ବିଜେପି ସର୍ବଦଳୀୟ ବୈଠକ ଅାୟୋଜନ କରିବାକୁ ଯାଉଛି।

By amfnews

Related Post