Sun. Feb 2nd, 2025

ପୁତୁରା ଆକ୍ରମଣରେ କକା ଗୁରୁତର

By amfnews Oct 12, 2018 #Featured
126 Views

ରାଉରକେଲା  : ହାତିବାରୀ ଅଞ୍ଚଳରେ ଜମି ବିବାଦକୁ ନେଇ ପୁତୁରା ଟାଙ୍ଗିଆ ଚୋଟରେ କକା ଗୁରୁତର ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ହାତିବାରି ଖଟାଲ ବସ୍ତିର ସୋମେଶ ମୁଣ୍ଡା ଉକ୍ତ ଅଞ୍ଚଳରେ କିଛି ଆଜବେଷ୍ଟସ୍ ଘରି ଭଡାରେ ଦେଇଛନ୍ତି । ଦୁଇଦିନ ପୂର୍ବେ ପୁତୁରା ନରେଶ ମୁଣ୍ଡା କୌଣସି କାମ ପାଇଁ ତାଙ୍କୁ ୫ ହଜାର ଟଙ୍କା ମାଗି ନିରାଶ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଜମିରେ ଥିବା ଘର ତୁରନ୍ତ ଖାଲି କରିବା ପାଇଁ କହିଥିଲେ । ଏନେଇ କକାର ଓ ପୁତୁରା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନରେଶ ଏକ ଟାଙ୍ଗିଆରେ ସୋମେଶଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ପ୍ରଥମେ ପୁରୁଣାପଣି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆରଜିଏଚ୍ରେ ଭର୍ତ୍ତି କରାଯାଇଥିଲା ।

By amfnews

Related Post