Fri. Mar 6th, 2026

ପୁଣି ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି

280 Views

ଭୁବନେଶ୍ବର: ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫, କଟକରୁ ୮୪, ଖୋର୍ଦ୍ଧାରୁ ୬୮, ରାୟଗଡ଼ାରୁ ୪୭, ବାଲେଶ୍ବର ୪୦, ଅନୁଗୁଳରୁ ୩୭, ସୁନ୍ଦରଗଡ଼ ଜିଲ୍ଲାରୁ ୨୨, କୋରାପୁଟରୁ ୨୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୮, ଜଗତସିଂହପୁରରୁ ୭, ସମ୍ବଲପୁର, ମାଲକାନଗିରି ଓ ଢେଙ୍କାନାଳରୁ ୧୦ ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗିରରୁ ୫ଜଣ ଲେଖାଏଁ , ବରଗଡ଼ ଓ ନୟାଗଡ଼ରୁ ୪ ଜଣ  ଲେଖାଏଁ, ମୟୂରଭଞ୍ଜରୁ ୩, ସୁବର୍ଣ୍ଣପୁରରୁ ଜଣେ, ନବରଙ୍ଗପୁର ଓ ଯାଜପୁରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୫ ରହିଛି।

By amfnews

Related Post