Fri. Mar 6th, 2026

ପୁଣି ୫ ସଂକ୍ରମିତଙ୍କର ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି

193 Views

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ। ଏମାନେ ସମସ୍ତେ ପୁରୁଷ।

ଏହାଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା୨୦କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏଯାବତ୍ ରାଜ୍ୟରେ ୩୪ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ,  ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩୦୧କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୧୪୦ଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post