Mon. Dec 23rd, 2024

ପୁଣି ହୀରାକୁଦ ଡ୍ୟାମରୁ ଖୋଲିଲା ୨ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

By amfnews Aug 29, 2020 #Featured
427 Views

ଭୁବନେଶ୍ୱର, ଅଗଷ୍ଟ ୨୯ : ପଡୋଶୀ ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ଫଳରେ ହୀରାକୁଦ ଡ୍ୟାମରୁ ପୁଣି ୨ଟି ଗେଟ ଖୋଲି ଦଆଯାଇଛି । ଏଥି ସହିତ ହୀରାକୁଦ ଡ୍ୟାମରୁ ୪୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳୁ ୪୨ଟି ଗେଟ ଦେଇ ଜଳ ନିଷ୍ପାସନ ହେଉଥିଲା । ସେହି ସମୟରେ ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳପତ୍ତନର ସ୍ତର ୬୨୬.୨୬ ଫୁଟ ରହିଥିଲା । ଡ୍ୟାମକୁ ୮ ଲକ୍ଷ ୫୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଠାରୁ ୬ ଲକ୍ଷ ୯୪ ହଜାର ୨୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିଲା । ମୁଣ୍ଡଳିରେ ଏବେ ୮ ଲକ୍ଷ ୯୫ ହଜାର ୭୦୮ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା ବେଳେ ଆଗାମୀ ସମୟରେ ଏହା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି । ମାତ୍ର ତଳପଟରେ ବର୍ଷା ଛାଡ଼ି ଯାଇଥିବାରୁ ଉପନଦୀଗୁଡ଼ିକରେ ପୂର୍ବାପେକ୍ଷା ବନ୍ୟା ଜଳ କମ ଆସୁଛି ।  ମହନଦୀରେ ଜଳ ସ୍ତର ବଢ଼ିଥିବାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି ।

By amfnews

Related Post