Mon. Jun 24th, 2024

ପୁଣି ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ କରି ୩ ଜଣ ଗିରଫ ଜଣେ ଫେରାର୍

By amfnews May 4, 2021 #Featured
95 Views

କନ୍ଧମାଳ , ମେ 04 : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଭୃଙ୍ଗିଯୋଡି ପଞ୍ଚାୟତ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଭୋଜି ଖାଇ ଘରକୁ ଫେରୁଥିବାବେଳେ ନାବାଳିକାକୁ ଗଣଦୁଷ୍କର୍ମ କରି ୩ ଜଣ ଗିରଫ ହୋଇଛନ୍ତି । ୪ ଜଣ ଯୁବକ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ଜଙ୍ଗଲରେ ଛାଡିଦେଇ ଚାଲିଯାଇଥିଲେ ।

ଏହି ଘଟଣାରେ ଫିରିଙ୍ଗିଆ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଅଛି । ସୂଚନା ମୁତାବକ ଗତ ୨୮ ତାରିଖ ରାତିରେ ଜୈନିକ ନାବାଳିକା ଜଣଙ୍କ ଏକ ବାହାଘର ଭୋଜି ଖାଇ ଘରକୁ ଫେରୁଥିବାବେଳେ ଅଚାନକ ୪ ଜଣ ଯୁବକ ଆସି ବାଇକ ଯୋଗେ ନାବାଳିକାକୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ସେଠାରେ ଛାଡି ଚାଲିଯାଇଥିଲେ । ଅଭିଯୋଗ ପରେ ଫିରିଙ୍ଗିଆ ପୋଲିସ ୩ ଜଣକୁ ଗିରଫ କରିଛି ଏବଂ ଜଣେ ଫେରାର ଅଛି

By amfnews

Related Post