Thu. Jan 23rd, 2025

ପୁଣି ରେଳଲାଇନରେ ଗଡ଼ିବ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

By amfnews Jul 29, 2020 #Featured
179 Views

ନୂଆଦିଲ୍ଲୀ, ଜୁଲାଇ ୨୯  : ବନ୍ଦେ ଭାରତ ଟ୍ରେନକୁ ନେଇ ଭାରତୀୟ ରେଳବାଇ ତରଫରୁ ଏକ ଭଲ ଖବର ଦିଆଯାଇଛି । ଯାତ୍ରାକୁ ଅଧିକ ବିଳାଶମୟ ଓ ସୁଗମ କରିବାକୁ ରେଳ ମନ୍ତ୍ରାଳୟ ବନ୍ଦେ ଭାରତ ଟ୍ରେନ ସଂଖ୍ୟା ବଢ଼ାଇବା କାମକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି । ବର୍ଷ ୨୦୨୨ ପର୍ଯ୍ୟନ୍ତ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରେଳଧାରଣାରେ ଗଡ଼ିବ ।

ରେଳବାଇ ତରଫରୁ ମଙ୍ଗଳବାର କୁହାଯାଇଛି, ଏହି ଟ୍ରେନର ନିର୍ମାଣ କେବଳ ଗୋଟିଏ ନୁହେଁ, ବରଂ ୩ଟି କାରଖାନାରେ ନିର୍ମାଣ କରାଯିବ । ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ଟ୍ରେନ ନେଟୱାର୍କ ବଢ଼ିବ । ସୂଚନାଯୋଗ୍ୟ, ଗତ ବର୍ଷ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସେବା ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚାଲିଛି । ଭାରତୀୟ ରେଳବାଇ ଏହି ସେବାକୁ ସମଗ୍ର ଭାରତରେ ସଂପ୍ରସାରଣ କରିବାକୁ ଚାହୁଁଛି ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ମଙ୍ଗଳବାର କହିଛନ୍ତି ଟ୍ରେନକୁ ଏକକାଳୀନ ୩ଟି ରେଳ କାରଖାନାରେ ନିର୍ମାଣ କରାଯିବ । କପୁରଥଲାସ୍ଥିତ ରେଳ କୋଚ କାରଖାନା, ରାୟବରେଲିସ୍ଥିତ ମର୍ଡେନ କୋଚ କାରଖାନା ଓ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯିବ ।

By amfnews

Related Post