Sat. Mar 7th, 2026

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ

174 Views

ପୁରୀ, ନଭେମ୍ବର ୦୯: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋଶାଲ୍‌ ମିଡିଆରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଅପ୍‌ଲୋଡ୍‌ ହୋଇଥିବା ଦେଖିବାକୁ ମିଳିଛି।

ଗୁଜରାଟର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ କରିଛନ୍ତି। ତେବେ ଏହି ଫଟୋକୁ ସେ ଉଠାଇଛନ୍ତି ନା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ କେମିତି ଉତ୍ତୋଳନ କରାଯାଇଛି ବୋଲି ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ବ୍ୟବହାର ଉପରେ କଡ଼ାକଡ଼ି ବାରଣ ରହିଛି। ତେବେ ଏହାସତ୍ତ୍ୱେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି। ଏହାପୂର୍ବରୁ ଅନେକ ଥର ଶ୍ରୀମନ୍ଦିରର ଫଟୋ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି। ବାରମ୍ବାର ଏପରି ହେବା ସତ୍ତ୍ୱେ କାହିଁକି ଏସବୁ ରୋକା ଯାଇ ପାରୁନି ବୋଲି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

By amfnews

Related Post