Sun. Mar 8th, 2026

ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ

160 Views

ମାଲକାନଗିରି : ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ୪ଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଅଚଂଳର ଶତାଧିକ ଲୋକଙ୍କ ସହ ଜନପ୍ରତିନିଧି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ।

ପୋଲାଭରମ ପ୍ରକଳ୍ପ ହେଲେ ଏହି ୪ ରାଜ୍ୟର ଅନେକ ଗାଁ ପାଣିରେ ବୁଡ଼ିଯିବ। ପ୍ରକଳ୍ପ ହେଲେ ଏକର ଏକର ଜଙ୍ଗଲ ଲୋପ ପାଇବ।  ଲକ୍ଷାଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ।  ଭିଟାମାଟି ହରାଇବା ସହ ଜୀବୀକା ମଧ୍ୟ ହରାଇବେ।  ତେଣୁ ଏହି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଛନ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ସଦସ୍ୟ।

By amfnews

Related Post