Sat. Mar 7th, 2026

ପୁଣି ଟିଟୋ ଗ୍ୟାଙ୍ଗ୍‌ ଆତଙ୍କ : ଓଡ଼ିଆ ବଜାରରେ ଗୁଳିମାଡ଼

165 Views

କଟକ , ଡିସେମ୍ବର ୧୭: କଟକରେ ପୁଣି ଟିଟୋ ଗ୍ୟାଙ୍ଗ୍ ଆତଙ୍କ। ଓଡ଼ିଆ ବଜାରର ଏକ ହୋଟେଲ୍‌ ସାମ୍‌ନାରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଟିଟୋ ଗ୍ୟାଙ୍ଗର କିଛି ସହଯୋଗୀ ଦୁଇ ରାଉଣ୍ତ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଆ ବଜାରରେ ଭୟ ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଲାଲବାଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଟିଟୋ ଗ୍ୟାଙ୍ଗ୍‌ର ୫ ଜଣ ସହଯୋଗୀ ଦୁଇଟି ବୁଲେଟ୍‌ରେ ଦିଵାନ୍‌ ବଜାର ଆଡ଼ୁ ଆସିଥିଲେ। ଓଡ଼ିଆ ବଜାର ଛକରେ ଏକ ଘଣ୍ଟା କାଳ ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ୍‌ କରିବା ସହ ଉତ୍ପାତ କରିଥିଲେ। ନିର୍ଦ୍ଦିଷ୍ଟ ଲୋକଙ୍କୁ ଗାଳି ଗୁଲଜ କରିବ‌ା ସହିତ ରାସ୍ତା ମଝିରେ ପିସ୍ତଲ୍‌ରୁ ଦୁଇ ରାଉଣ୍ତ ଗୁଳି ଫୁଟାଇ ଫେରାର୍ ହୋଇଯାଇଛନ୍ତି। ଗତ ଅଗଷ୍ଟ ୧୫ ତାରିଖରେ ଏକ ଗଣ୍ତଗୋଳ ଘଟଣାକୁ କେନ୍ଦ୍ର କରି ଏପରି ଗୁଳି ଚାଳନା କରାଯାଇଥିବା କୁହାଯାଉଛି। ଉକ୍ତ ଘଟଣାରେ ଅଭିଯୋଗକାରୀମାନେ ଥାନାରେ ଏତଲା ଦେଇଥିବାରୁ ପ୍ରତିଶୋଧ ପରାୟଣ ହୋଇ ଟିଟୋ ଗ୍ୟାଙ୍ଗର ସଦସ୍ୟମାନେ ଏଭଳି କାଣ୍ତ ଭିଆଇଥିବା ଚର୍ଚ୍ଚା ହେଉଛି।

By amfnews

Related Post