Fri. Mar 6th, 2026

ପୁଣି କମିଲା ଟଙ୍କାର ମୂଲ୍ୟ

490 Views

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ F

ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି।

ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରେପୋ ରେଟ୍ ଏବେ ୬.୫ ପ୍ରତିଶତ ରହିଛି। ତୈଳ ଦର ଲଗାତର ବୃଦ୍ଧି ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ନଜରରେ ରଖି ରେପୋ ରେଟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହାନ୍ତି।

 

By amfnews

Related Post