Tue. Dec 24th, 2024

ପୁଣି ଓଡ଼ିଶାରୁ ହାଇଦ୍ରାବାଦ ଓ ବିଶାଖାପାଟଣା ଗଲା ୪୪ ଟନ୍ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର

By amfnews Apr 24, 2021 #Featured
110 Views

ଅନୁଗୋଳ , ଏପ୍ରିଲ 24 : ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖାଦେଇଛି । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ଖବର ଆସିବାରେ ଲାଗିଛି ।

ଏଭଳି ସ୍ଥିତିରେ ଓଡିଶା ସରକାର ସାରା ଦେଶକୁ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଏହାରି ଭିତରେ ଶୁକ୍ରବାର ଦିନ ଓଡିଶାରୁ ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅଭିମୁଖେ ଅକ୍ସିଜେନ୍ ଟ୍ୟାଙ୍କର ଯାଇଥିବା ବେଳେ ଶନିବାର ପୁଣି ଥରେ ୨ଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡି ହାଇଦ୍ରାବାଦ ଆଉ ବିଶାଖାପାଟଣାକୁ ଯାଇଛି ।

ପାଖାପାଖି ଦୁଇଟି ଗାଡ଼ିରେ ୪୪ ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି। ଦୁଇଟି ଗାଡିକୁ ଏସ୍କର୍ଟ ଗାଡି ଆଗପଛ ଗ୍ରୀନ୍ କରିଡର କରି ନେଉଛନ୍ତି । ଏହି ଦୁଇଟି ଗାଡି ସକାଳ ୮ଟା ୩୦ ମିନିଟରେ ଅନୁଗୋଳ ଜିନ୍ଦଲରୁ ବାହାରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ଗାଡ଼ିରେ ୨୨ଟନ୍ ଅକ୍ସିଜେନ ନେଇ ବିଶାଖାପାଟଣା ଯାଇଥିଲା ।

By amfnews

Related Post