Tue. Mar 10th, 2026

ପୁଣି ଏକ ଲଜ୍ୟା, କୁମାରୀ ନାବାଳିକା ଦେଲା ପୁତ୍ର ସନ୍ତାନକୁ ଜନ୍ମ, ଭାଇର ସାଙ୍ଗ ସହ ଥିଲା ଶାରୀରିକ ସମ୍ପର୍କ

324 Views

 

କନ୍ଧମାଳ, ଜାନୁଆରୀ ୨୨ : କନ୍ଧମାଳରୁ ପୁଣି ଏକ ଲଜ୍ୟା ସାମ୍ନାକୁ ଆସିଛି। ଜଣେ କୁମାରୀ ନାବାଳିକା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।

ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଜର ଭାଇର ସାଙ୍ଗ ସହ ୨୦୧୮ ମାର୍ଚ୍ଚ ମାସରେ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବା ଭିତରେ ସେ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଦଶମ ଶ୍ରେଣୀରେ ଫେଲ ହୋଇ ଘରେ ରହୁଥିଲା। ତାଙ୍କ ବୟସ ୧୬ବର୍ଷ ପାଖାପାଖି ହେବ। ଘରେ ରହିବା ହେତୁ ଭାଇର ସାଙ୍ଗ ସବୁବେଳେ ଆସି ନାବାଳିକାକୁ ନିଜ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲା। ଗତ ୧୯ ତାରିଖ ଦିନ ଉକ୍ତ ଯୁବକ ଜଣ ନାବାଳିକାକୁ ୫ଟି ଟାବଲେଟ ଆଣି ଖାଇବାକୁ ଦେଇଥିଲା। ଏକାସାଙ୍ଗରେ ନାବାଳିକା ଜଣକ ୫ଟି ବଟିକା ଖାଇ ଦେବାରୁ ତା’ପର ଦିନ ସକାଳେ ପ୍ରବଳ ପେଟ କାଟିଥିଲା। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଉକ୍ତ ନାବାଳିକା ଜଣକ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଠାରେ ଦୁହିଁଙ୍କ ଅବସ୍ଥା ଶୋଚନୀୟ ହେବାରୁ ଦୁହିଁଙ୍କୁ ଫୁଲବାଣୀ ସ୍ଥାନାନ୍ତର କରି ଦିଆଯାଇଥିଲା। ଫୁଲବାଣୀରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା।

By amfnews

Related Post