Sun. Jun 8th, 2025

ପୁଣି ଏକ ଦୁଷ୍କର୍ମ ଘଟଣା : ୮ ବର୍ଷର ନାବାଳିକାକୁ ଦୁର୍ଷ୍କମ କରି ଅଳିଆ ଗଦାରେ ଫୋପାଡିଲା ଦୁର୍ବୃତ୍ତ

By amfnews Jul 21, 2019 #Featured
345 Views

ଅନଗୁଳ  :  ଶନିବାର ରାତିରେ ଅନଗୁଳ ବସ୍‌ଷ୍ଟାଣ୍ଡ୍‌ ପରିସରସ୍ଥ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଦମ୍ପତିଙ୍କ କୋଳରୁ ତାଙ୍କ ଆଠ ବର୍ଷୀୟ ଝିଅକୁ ଉଠାଇ ଦୁଷ୍କର୍ମ କରାଯିବା ପରେ କ୍ଷତାକ୍ତ ଅବସ୍ଥାରେ ତାକୁ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଛି।

ନାଗପୁର ଅଞ୍ଚଳରୁ କେତେକ ଯାଯାବର ପରିବାର ଆସି ବସ୍‌ଷ୍ଟାଣ୍ଡ୍‌ରେ ରହୁଛନ୍ତି। ବର୍ଷା ଯୋଗୁଁ ରାତିରେ ସେମାନେ ବସ୍‌ଷ୍ଟାଣ୍ଡ୍‌ ମଧ୍ୟରେ ଥିବା ଦୋକାନ ବାରଣ୍ଡାରେ ଆଶ୍ରୟ ନିଅନ୍ତି।ପୀଡ଼ିତାଙ୍କ ପରିବାର ଦଶ ପନ୍ଦର ଦିନ ହେବ ନାଗପୁର ଅଞ୍ଚଳରୁ ଆସିଥିଲେ। ଶନିବାର ରାତିରେ ଝିଅଟି ତା’ର ବାପାମାଆଙ୍କ ସହ ଏକ ଦୋକାନ ବାରଣ୍ଡାରେ ଶୋଇଥିଲା। ରାତି ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ କୌଣସି ଦୁର୍ବୃତ୍ତ ତାକୁ ସେଠାରୁ ଉଠାଇ ନେଇଥିବା ଅନୁମାନ କରାଯାଉଛି।

ଝିଅଟି ସହ ଦୁଷ୍କର୍ମ କରାଯିବା ଛଡ଼ା ମାରଧର କରାଯାଇ ଥିବାରୁ ତା’ର ଆଖି ଫୁଲି ଯାଇଛି ଏବଂ ଶରୀରର ଅଭ୍ୟନ୍ତର ଏବଂ ବାହ୍ୟ ଅଙ୍ଗପ୍ରତ୍ୟଙ୍ଗରେ କ୍ଷତ ସୃଷ୍ଟି ହୋଇଛି।ଝିଅଟି ଶେଯରେ ନ ଥିବା ଦେଖି ଯାଯାବରମାନେ ତାକୁ ଖୋଜାଖୋଜି କରି ଶେଷର ତାକୁ ଅତି ଗୁରୁତର ଅବସ୍ଥାରେ ଗୋଟାଏ ଛୋଟ ଡ୍ରେନ୍‌ରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ତାକୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାୟ ସପ୍ତାହେ ତଳେ ସେ ଝିଅଟି ସହ ମଧ୍ୟ ଦୁଷ୍କର୍ମ କରାଯିବା ପାଇଁ ଉଦ୍ୟମ ହୋଇଥିଲା। ଜଣେ ଲଣ୍ଡାମୁଣ୍ଡିଆ ଲୋକ ତାକୁ ଉଠାଇ ନେବାକୁ ଉଦ୍ୟମ କରୁଥିବା ବଳେ ଯାଯାବରମାନେ ତାଙ୍କୁ ଆକ୍ରମଣ କରିବାରୁ ସେ ଧାଇଁ ପଳାଇଥିଲା। ଖବର ପାଇ ଅନଗୁଳ ପୁଲିସ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛି।

By amfnews

Related Post