117 Views
କୋଣାର୍କ, ଅକ୍ଟୋବର ୨୬ :ଓଡ଼ିଶାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପୁଣି ଥରେ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । କୋଣାର୍କ ଜେଏମ୍ଏଫ୍ସି ଅଭିଜିତ୍ଙ୍କ ଜାମିନ ଆବେଦନକୁ ଖାରଜ କରିବାରୁ ତାଙ୍କୁ ନିମାପଡ଼ା ସବ୍ ଜେଲ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ଗତକାଲି ରାତିରେ କୋଣାର୍କ ଜେଏମ୍ଏଫସି ସି.ଏ. ଦେଶପ୍ରିୟ ବାରିକ ଅଭିଜିତ ଆୟାରଙ୍କ ବିରୋଧରେ ହୋଇଥିବା ମାମଲାରେ ଶୁଣାଣୀ କରିଥିଲେ । କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ବିଚାର କରିଥିଲେ । ଜାମିନ ପାଇଁ ତାଙ୍କ ଓକିଲ ନିଖିଲ ମେହେର ଆବେଦନ କରିଥିଲେ । ମାତ୍ର କୋର୍ଟ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଆୟାରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେ ନିମାପଡ଼ା ସବ୍ ଜେଲ୍ରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରହିବେ । ଅନ୍ୟପକ୍ଷରେ ଐତିହ୍ୟ ସମ୍ପନ୍ନ କୌଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ଙ୍କୁ ଅଧିକ ପଚରାଉଚରା ପାଇଁ କୋଣାର୍କ ଜେଏମ୍ଏଫସିଙ୍କ ନିକଟରେ ଦୁଇ ଦିନିଆ ରିମାଣ୍ଡ ଆବେଦନ କରିଛି କୋଣାର୍କ ପୁଲିସ୍ । ଗତକାଲିଠାରୁ ଅଭିଜିତ୍ଙ୍କୁ କୋଣାର୍କ ଥାନା ପୋଲିସ ରିମାଣ୍ଡରେ ନେଇଛି ।