Thu. Jan 23rd, 2025

ପୁଣି ଅନ୍ଧ ବିଶ୍ୱାସର ଶୀକାର ହେଲେ ଆଦିବାସୀ ପରିବାର: କେବେ ସୁଧୁରିବ ଏ ଅନ୍ଧ ବିଶ୍ୱାସ ର ସମାଜ: ଡାହାଣି ସନ୍ଦେହରେ ଭାଙ୍ଗିଲେ ଘର…….

amfnews2018@gmail.com' By Kalpana Das Sep 13, 2018 #Featured
340 Views

ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡା ପଞ୍ଚାୟତ ଅଧିନ ସିଙ୍ଗାଲବେଚ୍ଛା ଗ୍ରାମର କେତେକ ଯୁବକ ଡାହାଣି ସନ୍ଦେହରେ ଗ୍ରାମର ହିରାମଣୀ ଦଳେଇଙ୍କ ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି ।
ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ଘର କରିବାକୁ ସ୍ୱପ୍ନ ଦେଖିଲାଣି ହେଲେ ଆଜି ମଧ କେତେକ ସ୍ଥାନରେ ଅନ୍ଧ ବିଶ୍ୱାସ ଚଳଣି ରହିଛି।କେଉଁଠି ମଣିଷ ଶରୀରରେ ଦେବୀ ପ୍ରବେଶ କରୁଛନ୍ତି ତ କେଉଁଠି ଲାଠି ଦେବୀ ହୀରାମଣି ଭଳି ଗରିବ ଅସହାୟ ମାନଙ୍କ ଘର ଭାଙ୍ଗୁଛନ୍ତି।କେବେ ଏ ଅନ୍ଧ ବିଶ୍ୱାସ ର ପ୍ରଥାରୁ ମଣିଷକୁ ତ୍ରାହି ମିଳିବ।
ମଙ୍ଗଳବାର ରାତିରେ ଗ୍ରାମରେ ପର୍ବ ପାଇଁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ବଉଁଲାନି ଯାତ୍ରା ହୋଇଥିଲା । ଏଥିରେ ଗାଁ ଠାକୁରାଣୀ  ହୁଣ୍ତିରେ ପୂଜା ପାଉଥିବା ଲାଠି ଦେବୀଙ୍କୁ ବାହାର କରାଯାଇଥିଲା । ତେବେ ପୂର୍ବରୁ ଗାଁ ପଞ୍ଚାୟତରୁ ବାସନ୍ଦ ହୋଇଥିବା ହିରାମଣୀଙ୍କ ଘର ଆଡକୁ ଗ୍ରାମର କେତେକ ଯୁବକ ଧସେଇ ପଶିଥିଲେ ।
ଡାହାଣି ସନ୍ଦେହରେ ଲାଠି ଦେବୀ ତାଙ୍କ ଘର ଆଡକୁ ଆସିଥିବା ଗ୍ରାମର ଯୁବକମାନେ କହିଥିଲେ । ପରେ ଲାଠିଦେବୀ ଅଣାୟତ୍ତ ହୋଇପଡିଥିଲେ । ୨ ଗୋଟି ଲାଠି ଧରି ବୁଲାଉଥିବା ଗ୍ରାମର ଯୁବକମାନେ ଲାଠି ସହାୟତାରେ ହିରାମଣୀଙ୍କୁ ମିଳିଥିବା ଇନ୍ଦିରାଆବାସ ଗୃହର ଛପର ନଷ୍ଟ କରି ଦେଇଥିଲେ ।
ଗତ ୨ ବର୍ଷ ତଳେ ରାଜ୍ୟ ସରକାରଙ୍କ ଯୋଜନାରେ ହିତାଧିକାରୀ ଭାବେ ସାମିଲ ହିରାମଣୀଙ୍କୁ ଘରଟିଏ ଯୋଗାଇ ଦିଆଯାଇଥିଲା । ପରିବାର କହିଲେ ହିରାମଣୀଙ୍କ ସମେତ ତାଙ୍କ ଝିଅ ରୁକମଣୀ ଦଳେଇ ଏବଂ ନାତୁଣୀ ରଶ୍ମିତା ଦଳେଇ । ଅସହାୟ ଅବସ୍ଥାରେ ହିରାମଣୀ ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ ଝିଅ ରୁକମଣୀ ଦଳେଇଙ୍କ କହିବା ପ୍ରକାରେ ପୂର୍ବରୁ ଗାଁର ଖାପ ପଞ୍ଚାୟତରେ ମା’ ଙ୍କୁ ଜାତିଆଣ ମନୋଭାବ ରଖି ବାସନ୍ଦ କରାଯାଇଥିଲା ।
ପରେ ଡାହାଣି କହି ସବୁ ସମୟରେ ଗାଁ ଯୁବକମାନେ ଅପପ୍ରଚାର କରିବା ସହ ଅକଥନୀୟ ଅତ୍ୟାଚାର କରି ଆସୁଛନ୍ତି।
ହଠାତ୍ ଲାଠି ଦେବୀର ଆଖ୍ୟା ଦେଇ ଏବେ ଘର ନଷ୍ଟ କରି ଦେଇଛନ୍ତି ବୋଲି ରୁକମଣୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଗାଁ ଯୁବକ ମାନେ ଘର ଭାଙ୍ଗିବା ନେଇ ଆମେ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛୁ ବୋଲି ରୁକମଣି କହିଛନ୍ତି ।
ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ହୀରାମଣି ଗୁହାରି କରିଥିବା ବେଳେ ଦୋଷୀ ମାନଙ୍କୁ ଯଥାଶୀଘ୍ର ଗିରଫ କରି ହୀରାମଣି ଭଳି ଅସହାୟ ମହିଳାକୁ ନ୍ୟାୟ ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Related Post