Wed. Jun 11th, 2025

ପୁଞ୍ଚରୁ ପିଓକେ ଯାଉଥିବା ବସ୍‌ ସେବା ବାତିଲ

By amfnews Aug 20, 2019 #Featured
153 Views

ଶ୍ରୀନଗର : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଜମ୍ମୁ-କଶ୍ମୀରର ପୁଞ୍ଚରୁ ପାକିସ୍ତାନ ଅଧିକୃତ କଶ୍ମୀରର ରାୱଲକୋଟ ଯାଉଥିବା ସପ୍ତାହିକ ବସ୍‌ ସେବାକୁ ଆଜି ବାତିଲ କରିଦିଆଯାଇଛି।

ବସ୍‌ ଚଳାଚଳ କରିବାକୁ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଆଜି ପିଓକେର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ବାରମ୍ବାର ଫୋନ କରିବା ସତ୍ତ୍ୱେ ପିଓକେ ଅଧିକାରୀମାନେ ଏହାର ଜବାବ ଦେଇ ନଥିଲେ। ଫଳରେ ଭାରତ ପକ୍ଷରୁ ଅନ୍ତଜାର୍ତୀୟ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚଳାଚଳ କରୁଥିବା ଏହି ବସ୍‌ ସେବାକୁ ବାତିଲ କରିଦିଆଯାଇଛି।

ପୁଞ୍ଚ ଓ ରାୱଲକୋଟ୍‌ ମଧ୍ୟରେ ବସ୍‌ ସେବା ୨୦୦୬ ମସିହା ଜୁନ୍‌ ମାସରୁ ଆରମ୍ଭ ହୋଇଥିଲା। ଜମ୍ମୁ-କଶ୍ମୀର ଓ ପିଓକେ ମଧ୍ୟରେ ଯୋଗାଯୋଗ ଏବଂ ଶିଳ୍ପର ବିକାଶ ପାଇଁ ଏହି ସେବା ଆରମ୍ଭ ହୋଇଥିଲା। ପିଓକେ ଓ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କ ମଧ୍ୟରେ ଏହାଦ୍ୱାରା ସମ୍ପର୍କ ସ୍ଥାପନ ହେଉଥିଲା। ହେଲେ ଏବେ ପିଓକେ ଅଧିକାରୀଙ୍କ ପାଇଁ ବସ୍‌ ସେବା ବାତିଲ ହୋଇଛି।

By amfnews

Related Post